୮ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଏମ୍ଓୟୁ ସ୍ବାକ୍ଷରିତ

0

ଏଣିକି ଯୁକ୍ତ-୨ ପରେ ବିଇଡି କରି ପାରିବେ ଛାତ୍ର ଛାତ୍ରୀ। ଉଚ୍ଚଶିକ୍ଷା ବିଭାଗର ବଡ ନିଷ୍ପତି। ୮ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟ ର ଏମ୍ଓୟୁ ସ୍ବାକ୍ଷରିତ । ଆସିବ ନୂଆ କୋର୍ସ ITEP । ରାଜ୍ୟରେ ଥିବା ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର  ଚୁକ୍ତିପତ୍ର ଆଜି ସ୍ବାକ୍ଷରିତ ହୋଇଚି। ଯେଉଁଥିରେ ଗ୍ରାଜୁଏସନ୍ ନୁହେଁ ଯୁକ୍ତ୨ ପରେ ହେବ ବିଇଡି ପାଠପଢ଼ା। ଆସିବ ୪ ବର୍ଷର ନୂଆ Itep କୋର୍ସ। Intigreted teacher education programme ନାଁ ରେ ନୂଆ କୋର୍ସ ରହିବ। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ନେଉଛି। Itep ସେ ଭିତରୁ ଅନ୍ୟତମ।  ଛାତ୍ରଛାତ୍ରୀ ଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷରେ ଶିକ୍ଷକ ଶିକ୍ଷଣ କୋର୍ସ ଶେଷ କରିବା ପାଇଁ ଏଭଳି ନିଷ୍ପତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ।