୨୦୧୯ରେ ପରଦାରେ ନିଜର ଯାଦୁ ଦେଖାଇଥିଲେ ଏହି ଷ୍ଟାର

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆଉ କିଛି ଦିନର ଅପେକ୍ଷା । ଆସିବ ନୂଆ ବର୍ଷ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ବଲିଉଡ଼ରେ ମାହୋଲ ବେଶ ଜମିଲାଣି । ହେଲେ ଚଳିତ ବର୍ଷ ବଲିଉଡ଼ରେ ଅନେକ ଚଳଚ୍ଚ୍ରି ଦର୍ଶଶକଙ୍କ ମନକୁ ବେଶ ଛୁଇଁଥିଲା । କେତେକ ଷ୍ଟାର ଚଳିତ ବର୍ଷ ପରଦାରେ ନିଜର ଜଲୱା ଦେଖାଇଥିଲେ । ତେବେ ଆସନ୍ତୁ ଜାଣିବା ସେମାନେ କିଏ?
ହ୍ରିତିକି ରୋଶନ
ବିହାରର ଜଣେ ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ସୁପର ୩୦’ ଜୁଲାଇ ୧୨, ୨୦୧୯ରେ ରିଲିଜ ହୋଇଥିଲା ଏଥିରେ ହ୍ରିତିକ ରୋଶନ ଆନନ୍ଦ କୁମାରଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କର ଦମଦାର ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ହିଟ ହୋଇଥିଲା। ବହୁତ ଦିନ ଯାଏଁ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିଡ଼ ଲାଗିଥିଲା
ଶ୍ରଦ୍ଧା କପୁର
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ମଲ୍ଟି ଷ୍ଟାର କାଷ୍ଟର ଫିଲ୍ମ ‘ଛିଛୋରେ’ ବକ୍ସ ଅଫିସରେ କମାଲ କରିଥିଲା। ସେପ୍ଟେମ୍ବର ୬ରେ ରିଲିଜ ହୋଇଥିବା ‘ଛିଛୋରେ’ ଫିଲ୍ମ ପ୍ରାୟ ୧୫୦ କୋଟି ଆୟ କରିଥିଲା। ଏଥିରେ ଶ୍ରଦ୍ଧା କପୁରଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ। ଏଥିରେ ତାଙ୍କ ସହ ଅଭିନୟ କରିଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ।
ଟାଇଗର ଶ୍ରଫ୍‌
ଟାଇଗର ଶ୍ରଫ୍‌ଙ୍କ ‘ୱାର’ ଫିଲ୍ମ ୨୦୧୯ରେ ଇତିହାସ ରଚିଛି। ଅକ୍ଟୋବର ୨ରେ ‘ୱାର’ ଫିଲ୍ମ ରିଲିଜ ହୋଇଥିଲା। ଜବରଦସ୍ତ ଆକ୍ସନ ଏବଂ ଖତରନାକ ଷ୍ଟଣ୍ଟରେ ଭରପୂର ‘ୱାର’ ଫିଲ୍ମ ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ୫୩.୩୫ କୋଟି ଟଙ୍କାର ବମ୍ପର ଆୟ କରିଥିଲା। ଏଥିରେ ଟାଇଗରଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ।
ପ୍ରଭାସ
ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ସାହୋ ୨୦୧୯, ଅଗଷ୍ଟ ୩୦ରେ ରିଲିଜ ହୋଇଥିଲା। ଏଥିରେ ପ୍ରଭାସଙ୍କ ସହ ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରେ ହିଁ ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା।