ଲୋକସଭାରୁ ଇସ୍ତଫା ଦେବା ନେଇ କହିଲେ ସମାଜବାଦୀ ପାର୍ଟି ସାଂସଦ..

0

ସାମ୍ବାଦିକ ସମ୍ମିଳନୀରେ ଭୋ ଭୋ ହୋଇ କାନ୍ଦିଲେ ସମାଜବାଦୀ ପାର୍ଟିର ନେତା । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ସେ କାହିଁକି ଏପରି କାନ୍ଦୁଛନ୍ତି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି । ବାସ୍ତବରେ ସେ ଏକ ଦଳିତ ଝିଅର ହତ୍ୟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ।


ସୂଚନା ମୁତାବିକ ଅଯୋଧ୍ୟାରେ ଜଣେ ଦଳିତ ଝିଅ ଶୂକ୍ରବାର ସନ୍ଧ୍ୟାଠାରୁ ନିଖୋଜ ରହିଥିଲା । ପରେ ତାର ଉଲଗ୍ନ ମୃତଦେହ ମିଳିଥିଲା । ପୋଲିସ ଝିଅର ମୃତଦେହ ନିକଟରେ ରକ୍ତ ଭିଜାଇଥିବା ପୋଷାକ ମଧ୍ୟ ଜବତ କରିଛି। ଏହା ପରେ ନାବାଳିକାକୁ ବଳାତ୍କାର ଓ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ ପ୍ରକଟ କରିଥିଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।


ଏହି ଘଟଣା ଜାଣିବେ ପରେ ଉତ୍ତରପ୍ରଦେଶ ଫୈଜାବାଦର ସମାଜବାଦୀ ପାର୍ଟି ସାଂସଦ ଆୱାଦେଶ ପ୍ରସାଦ ଶନିବାର ପିଡିତାଙ୍କ ପରିବାରକୁ ଭେଟିଥିଲେ । ଏବଂ ନ୍ୟାୟ ପ୍ରଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରି ଝିଅ ହତ୍ୟାକୁ ନେଇ ସମ୍ମିଳନୀ କରିବାବେଳେ ସେ କାନ୍ଦିବାକୁ ଲାଗିଲେ। ଏହି ସମୟରେ ଆୱାଦେଶ ପ୍ରସାଦ କହିଛନ୍ତି ଯେ ଯଦି ପୀଡିତା ନ୍ୟାୟ ପାଇବେ ନାହିଁ ତେବେ ମୁଁ ଲୋକସଭାରୁ ଇସ୍ତଫା ଦେବି। ତେବେ ଏକ ଜନସମାବେଶରେ ସାଂସଦ ଏହିପରି କାନ୍ଦୁଥିବା ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଗଲେ।