ନୂଆଦିଲ୍ଲୀ : ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ’ ଉପରେ ହୋଇଥିବା ଜଏଣ୍ଟ ପାର୍ଲିଆମେଣ୍ଟାରି କମିଟି ବା ଜେପିସି ବୈଠକରେ ସାଂସଦ ବାଂଶୁରୀ ସ୍ୱରାଜ ଯୋଗ ଦେଇଛନ୍ତି । ଏହି ବୈଠକରେ ଯୋଗଦେବା ନୁହେଁ ବଂର ସେ ଯେଉଁ ବ୍ୟାଗ୍ ଧରି ଆସିଛନ୍ତି ତାହା ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ବ୍ୟାଗ୍ ରେ ଲେଖା ଅଛି, ନେସନାଲ ହେରାଲ୍ଡ କି ଲୁଟ୍ । ଯାହା ଉପରେ ସମସ୍ତଙ୍କ ନଜର ରହିଥିଲା ।
ରାଜନୈତିକ ମହଲରେ ଏହାକୁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବରେ ଦେଖାଯାଉଛି । କାରଣ ଲେଖାଥିବା ବାକ୍ୟ ଏକ ରାଜନୈତିକ ବାର୍ତ୍ତା ପ୍ରଦାନ କରୁଛି । ନ୍ୟାସନାଲ ହେରାଲ୍ଡ ମାମଲା କୁ ଭିତ୍ତି କରି ଭାଜପା କଂଗ୍ରେସ ଦଳ କୁ କରୁଥିବା ସମାଲୋଚନାରେ ଆଉ ଟିକେ ଖୋରାକ ଯୋଗାଇଛି ।

ପ୍ରକାଶ ଯୋଗ୍ୟ ଯେ,ଗୋଟିଏ ଦେଶ- ଗୋଟିଏ ନିର୍ବାଚନ ଉପରେ ମିଳିତ ସଂସଦୀୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଏହା ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଏହି ବୈଠକ ଚାଲିବ ବୋଲି ସୂଚନା ରହିଛି। ଏହି ସମୟ ମଧ୍ୟରେ, ଅନେକ ଜଣାଶୁଣା ଆଇନ ବିଶେଷଜ୍ଞଙ୍କ ସହିତ ଆଲୋଚନା କରାଯିବ। ଏହି ବୈଠକ ମୋଟ ଚାରୋଟି ଅଧିବେଶନରେ ଅନୁଷ୍ଠିତ ହେବ। ବୈଠକର ପ୍ରଥମ ଅଧିବେଶନରେ, ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ହେମନ୍ତ ଗୁପ୍ତାଙ୍କ ସହିତ ଆଲୋଚନା ହେବ।

ଯେତେବେଳେ, ଦ୍ୱିତୀୟ ଅଧିବେଶନ ଜମ୍ମୁ ଓ କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏସ୍ ଏନ୍ ଝାଙ୍କ ସହିତ ହେବ। ତୃତୀୟ ଅଧିବେଶନରେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏବଂ ଭାରତର ୨୧ତମ ଆଇନ କମିଶନର ଅଧ୍ୟକ୍ଷ ଡକ୍ଟର ଜଷ୍ଟିସ୍ ବିଏସ ଚୌହାନ ଯୋଗଦେବେ। ଶେଷ ଅଧିବେଶନ ରାଜ୍ୟସଭା ସଦସ୍ୟ ଏବଂ ବରିଷ୍ଠ ଓକିଲ ଡକ୍ଟର ଅଭିଷେକ ମନୁ ସିଂଘଭିଙ୍କ ସହିତ ହେବ। ଗତ ବର୍ଷ ଡିସେମ୍ବରରେ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗ ମଧ୍ୟ ଖବରରେ ଥିଲା।

ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନ ସମର୍ଥନରେ ସ୍ଲୋଗାନ ଲେଖାଥିବା ଏକ ବ୍ୟାଗ ଧରି ସଂସଦ ପରିସରରେ ପହଞ୍ଚିଥିଲେ।