(ରିପୋର୍ଟସ ଟୁଡ଼େ)ଇନ୍ଦୋର: ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ବିଶେଷ କରି ମହିଳାଙ୍କ ବିରୋଧରେ ଅପରାଧ ନିୟନ୍ତ୍ରଣ କରିବାକୁ ଯାଇ ମଧ୍ୟପ୍ରଦେଶର ଇନ୍ଦୋର ପୋଲିସ ମୋବାଇଲ ଆପଲିକେଶନ ‘ମାଇ ଥାନ’ ଆପ ଶୁଭାରମ୍ଭ କରିଛି । ଏହି ନୂତନ ଅତ୍ୟାଧୁନିକ ସୁବିଧା ଦ୍ୱାରା ମହିଳା ମାନେ ଅତି ସହଜରେ ଥାନାରେ ଅଭିଯୋଗ କରିପାରିବେ । ଏହି ଆପ ମାଧ୍ୟମରେ ଲୋକେ ଭିଡିଓ କଲିଂ ମାଧ୍ୟମରେ ଥାନାରେ ଅଭିଯୋଗ କରିପାରିବେ । ମହିଳାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଇନ୍ଦୋର ପୋଲିସ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଆପ୍ଲିକେଶନ ମାଧ୍ୟମରେ ଭିଡିଓ କଲିଂ ମାଧ୍ୟମରେ ଅଭିଯୋଗ କରିହେବ ।
ଆପ ମାଧ୍ୟମରେ ହୋଇଥିବା ଅଭିଯୋଗ ନେଇ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଲୋକଙ୍କୁ ଆଶ୍ୱସ୍ତି ଦେଇଛି । ଏଏସପି ପ୍ରଶାନ୍ତ ଚୌବେ କହିଛନ୍ତି, ଅଭିଯୋଗ ମିଳିବା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ଏହି ଆପ ଅପରାଧ ନିୟନ୍ତ୍ରଣରେ ସହାୟତା ପ୍ରଦାନ କରିବ ବୋଲି ଆମେ ଆଶା କରୁଛୁ ।