ଭୁବନେଶ୍ୱର: ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିି ନୂଆ ଦାୟିତ୍ୱ । ରାଜ୍ୟସଭା ସ୍ୱାଧିକାର କମିିଟିର ସଦସ୍ୟ ହୋଇଛନ୍ତି ସାଂସଦ ମାନସ ମଙ୍ଗରାଜ । ରାଜ୍ୟସଭା ଅଧକ୍ଷ୍ୟ ଜଗଦୀପ ଧନଖର ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ସ୍ୱାଧିକାର କମିିଟିର ସଦସ୍ୟ ଭାବେ ମନୋନୀତ କରିଛନ୍ତି । ପୂର୍ବରୁ ବିଜେଡି ସାଂସଦ ଡା. ସସ୍ମିତ ପାତ୍ର ଏହି କମିଟିରେ ସଦସ୍ୟ ଥିଲେ । ତେବେ ସାଂସଦ ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନଲରେ ସ୍ଥାନ ପାଇଥିବାରୁ ରାଜସଭା ଅଧକ୍ଷ୍ୟ ତାଙ୍କ ସ୍ଥାନରେ ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କୁ କମିିଟିରେ ସ୍ଥାନ ଦିଆଯାଇଛି । ଏନେଇ ପ୍ରେସ ବିଜ୍ଞପ୍ତିରେ ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ପୂର୍ବରୁ ବିଜେଡି ସାଂସଦ ମାନଓ ମଙ୍ଗରାଜଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା ।