ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲାରେ ଟ୍ୱିଷ୍ଟ । ରାଜା ରଘୁବଂଶିଙ୍କୁ ହତ୍ୟା ପଛରେ କେବଳ ସ୍ତ୍ରୀ ନୁହେଁ ବରଂ ଅନ୍ୟମାନେ ମଧ୍ୟ ସାମିଲ ରହିଥିଲେ । ହନିମୁନରୁ ହିଁ ସ୍ତ୍ରୀ ସୋନମ ହତ୍ୟା ଷଡଯନ୍ତ୍ର କରିଥିଲେ । ଯେତେବେଳେ ସେମାନେ ହନିମୁନ ପାଇଁ ସିଲଂ ଯାଇଥିଲେ ସେଠାରେ ହିଁ କିଛି ଠିକାଦାର ମାନେ ମିଶି ରାଜାଙ୍କଲୁ ହତ୍ୟା କରିଥିଲେ । ପରେ ମୃତଦେହକୁ ଏକ ଖାଲରେ ଫିଙ୍ଗି ଦେଇଥିଲେ ।
ପୋଲିସ କହିବା ଅନୁସାରେ ସୋନମ ତାଙ୍କ ପ୍ରେମିକ ରାଜା କୁଶୱାହାଙ୍କ ସହିତ ମିଶି ରାଜାଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ। ମେଘାଳୟର ପୂର୍ବ ଖାସି ହିଲ୍ସ ଏସ୍ ପି ବିବେକ କହିଛନ୍ତି ଯେ ସୋନମଙ୍କ ବ୍ୟତୀତ ପୋଲିସ ଆଉ ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ପ୍ରଥମ ଅଭିଯୁକ୍ତ ହେଉଛନ୍ତି ଆକାଶ ରାଜପୁତ, ଯାହାର ବୟସ ପ୍ରାୟ ୧୯ ବର୍ଷ। ଆକାଶ ଲଳିତପୁରର ବାସିନ୍ଦା। ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି ବିଶାଲ ସିଂହ ଚୌହାନ ଏବଂ ରାଜ ସିଂହ କୁଶୱାହା। ଉଭୟ ମଧ୍ୟପ୍ରଦେଶର ଇନ୍ଦୋରର। ରାଜ ସିଂହ କୁଶୱାହା ୨୧ ବର୍ଷ ବୟସ୍କ ଏବଂ ସେ ସୋନମଙ୍କ ପ୍ରେମିକ ବୋଲି କୁହାଯାଉଛି।
ଏହି ମାମଲାର ସମାଧାନ ପାଇଁ ତିନୋଟି ରାଜ୍ୟର ପୋଲିସ ଦିନରାତି ଏକ କରି କାମ କରିଥିଲେ। ୧୭ ଦିନ ଧରି ମେଘାଳୟ ଏବଂ ମଧ୍ୟପ୍ରଦେଶ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିଲେ। ଶେଷରେ ପୋଲିସ ଏହି ମାମଲାର ସମାଧାନ କରିଛି। ରାଜା ରଘୁବଂଶୀ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ତାଙ୍କ ପତ୍ନୀ ସୋନମ ରଘୁବଂଶୀ, ଯାହାକୁ ୟୁପି ପୋଲିସ ଗାଜିପୁରରୁ ଗିରଫ କରିଛି। ସେହି ସମୟରେ, ପୋଲିସ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି।
ଏହି ଅପରାଧ ମେ ୨୩ ରେ ଘଟିଥିଲା। ପ୍ରଥମରୁ ରାଜା ଏବଂ ସୋନମ ଉଭୟ ନିଖୋଜ ହୋଇଥିବାରୁ ପୋଲିସ ସେମାନଙ୍କୁ ନିଖୋଜ ଭାବରେ ଖୋଜୁଥିଲା। ହେଲେ ଜୁନ୍ ୨ରେ ରାଜାଙ୍କ ମୃତଦେହ ଉଦ୍ଧାର ହେବା ପରେ, ମାମଲା ଏକ ନୂତନ ମୋଡ଼ ନେଇଥିଲା ଏବଂ ଏକ ହତ୍ୟାର ପର୍ଦ୍ଦାଫାସ ହୋଇଥିଲା। ଏହାର କିଛି ସମୟ ପରେ, ମାମଲାର ଗମ୍ଭୀରତାକୁ ବିଚାର କରି ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରାଯାଇଥିଲା।
ଏସ୍ ପି ବିବେକ କହିଛନ୍ତି ଯେ ଏସ୍ ଆଇଟି ମାତ୍ର ସାତ ଦିନ ମଧ୍ୟରେ ଦୃଢ଼ ପ୍ରମାଣ ସଂଗ୍ରହ କରି ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଛି। ପ୍ରାରମ୍ଭିକ ତଦନ୍ତରେ ରାଜ କୁଶୱାହା ଏବଂ ସୋନମ ରଘୁବଂଶୀଙ୍କ ଭୂମିକା ପ୍ରମୁଖ ବୋଲି ବିବେଚନା କରାଯାଉଛି। ପୋଲିସ କହିଛି ଯେ ସୋନମ ଏବଂ ଅନ୍ୟ ଅଭିଯୁକ୍ତମାନେ ଗତ କିଛି ଦିନ ଧରି ଭୂମିଗର୍ଭରେ ଥିଲେ। ପୋଲିସ ଅପରେସନ ଆରମ୍ଭ ହେବା ମାତ୍ରେ ସୋନମ ହଠାତ୍ ଦେଖା ଦେଇଥିଲେ, ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା।