ଗୋଲାମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଅକ୍ଷମିତା କାର୍ତିକ ନିଲମ୍ବିତ

0

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଅକ୍ଷମିତ କାର୍ତିକ, ଓ.ପ୍ର.ସେଙ୍କୁ ନିଲମ୍ବିତ କରାଯାଇଅଛି । କୋରାପୁଟ ଦୁର୍ନୀତି ନିବାରଣ ଥାନା ମାମଲା ସଂଖ୍ୟା ୧୪ , ତା.୦୨.୦୮.୨୦୨୪ ରେ ସମ୍ପୃକ୍ତି ଥିବା ହେତୁ ତାଙ୍କୁ କୋରାପୁଟ ଦୁର୍ନୀତି ନିବାରଣ ଦ୍ୱାରା ଦିଆଯାଇଛି । ସେଥିପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତରଫରୁ ଗୋଲାମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ କାର୍ତିକଙ୍କ ନିଲମ୍ବନ ନିର୍ଦ୍ଦେଶ ନାମା ଜାରି କରାଯାଇଛି ।
ଓଡଶା ସିଭିଲ ସେବା ନିୟମାଳୀ , ୧୯୬୨ ଅନ୍ତର୍ଗତ ନିୟମ ୧୨ ଦ୍ୱାରା ପ୍ରଦତ୍ତ କ୍ଷମତା ମାଧ୍ୟମରେ ଶ୍ରୀମତୀ କାର୍ତିକଙ୍କୁ ତା ୦୨.୦୮.୨୦୨୪ ରୁ ନିଲମ୍ବନ କରାଯାଇଛି । ଏହି ନିଲମ୍ବନ ଆଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ପରିଷଦଙ୍କ କାର୍ଯ୍ୟାଳୟକୁ ଶ୍ରୀମତୀ କାର୍ତିକଙ୍କ ସଦର ମହକୁମା ସ୍ଥିର କରାଯାଇଛି । ନିଲମ୍ବନ ଅବଧିରେ ସେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ ତାଙ୍କର ପ୍ରାକ ଅନୁମତି ବିନା ସଦର ମହକୁମା ଛାଡିବେ ନାହିଁ ।