ବାଲିଗୁଡାରେ ‘ମୁୃଁ ହିରୋ ମୁଁ ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ

0

(ବନବାସୀ ପ୍ରଧାନ): କନ୍ଧମାଳ ଜିଲ୍ଲା ବାଲିଗୁଡା ସଭାଗୃହରେ ବିଜୁ ଯୁବବାହିନୀ ଦ୍ଵାରା ମୁଁ ହୀରୋ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ମୁଁ ହିରୋ ମୁଁ ଓଡିଶା’ ରେ ମୁଁ ସାଧାରଣ ଯୁବ ମୋର ଅସାଧାରଣ ଲକ୍ଷ୍ୟ ଏହି ଭାବନା ନେଇ ଚାଲିବାପାଇଁ ଗଠନ ହୋଇଛି ବିଜୁ ଯୁବ ବାହିନୀ ଏହାର ଉଦ୍ଦେଶ୍ୟ ହେଲା ଗାଁ ଗାଁ ରେ ଯୁବକମାନଙ୍କୁ ଏକତ୍ରିତ କରି ବିଜୁ ବାବୁଙ୍କ ସପ୍ନକୁ ବିକାଶ ଦିଗରେ ଆଗେଇନେବା । ଏହି କାର୍ୟ୍ୟକ୍ରମରେ ବିଜୁ ଯୁବବାହିନୀ ପିଡବ୍ଲୁଡି ଛକ ଠାରେ ଏକତ୍ରିତ ହୋଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବାସହ ଏକ ବିରାଟ ଶୋଭାଯାତ୍ରାରେ ସଭାଗୃହକୁ ଯାଇଥିବା ଦେଖିବାକୁ ମିଳିଥିଲା । ମୁଖ୍ୟ ଅତିଥି ଭାବେ ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନରେଶ ଚନ୍ଦ୍ର ଶବର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନଏସି ଅଧକ୍ଷା ଶ୍ରୀମତୀ ମମତା ବେହେରା, ଆଇଆଇସି ରମାକାନ୍ତ ପାତ୍ର, ତହସିଲଦାର ଯୋଗଦେଇଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟ ଅଧକ୍ଷ ଶରତ ଚନ୍ଦ୍ର ବେହେରା, କେବି ହିଷ୍ଟ ଅଧକ୍ଷଙ୍କ ସମତେ ପ୍ରତ୍ୟେକ ୱାର୍ଡର କାଉନସିଲର ଓ ତିନୋଟି ଜୋନର ସଭାପତି, ସମ୍ପାଦକ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ସଭାଗୃହରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ କରାଯାଇଥିବା ବେଳେ ଦଳକୁ ସୁଦୃଢ କରିବା ପାଇଁ ବିଭିନ୍ନ ଅଭିଭାଷଣ ମାଧ୍ୟମରେ ବୁଝାଇଥିବା ଜଣାପଡିଛି । ଏହି କାର୍ୟ୍ୟକ୍ରମରେ ଏକ ହାଜରରୁ ଉର୍ଦ୍ଧ ଯୁବଗୋଷ୍ଠୀ, କଲେଜ ଛାତ୍ରଛାତ୍ରୀ ଯୋଗଦେଇ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିବାପାଇଁ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ କରିଥିବା ଦେଖିବାକୁ ମିଳିଛି ।