କାମାକ୍ଷାନଗରରେ ମୁଁ ହିରୋ କାର୍ଯ୍ୟକ୍ରମ

0

(ସର୍ବେଶ୍ୱର ପାତ୍ର ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିଳା ମହାବିଦ୍ୟାଳୟଠାରେ ରାଜ୍ୟ ସରକାରଙ୍କ ତରଫରୁ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ପ୍ରଦିପ୍ତ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପ୍ରକଳ୍ପ ନିର୍ଦ୍ଧେଶକ ନରୋତ୍ତମ ବେହେରା ଯୋଗଦେଇଥିଲେ।ସମ୍ନାନୀତ ଅତିଥି ଭାବେ ବିଜୁ ଯୁବ ବାହୀନିର ରାଜ୍ୟ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ନାୟକ,କାମାକ୍ଷାନଗର ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା,ବିଜେଡ଼ି ର ବ୍ଲକ ସଂଯୋଜକ ପ୍ରେମାନନ୍ଦ ସାହୁ,ଏସଡ଼ିପିଓ ସୁପ୍ରଶନ୍ନ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନଙ୍କ ଠାରେ ଅନେକ ପ୍ରତିଭା ଲୁକାୟିତ ହୋଇ ରହିଛି।ଏଭଳି କାର୍ୟ୍ୟକ୍ରମ ସେହି ପ୍ରତିଭା ସବୁକୁ ଲୋକଲୋଚନ କୁ ଆଣିବାରେ ସହାୟକ ହେବବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।କାର୍ୟ୍ୟକ୍ରମରେ ବ୍ଲକର ସମସ୍ତ ପଞ୍ଚାୟତର ବିଜୁ ଯୁବବାହିନୀର କର୍ମକର୍ତ୍ତା ,କଲେଜର ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ଥିଲେ ।