(ଓମ୍ ପ୍ରକାଶ ମିଶ୍ର / ସୋନପୁର ) : ରାସ୍ତାରେ ଅଟକାଇ ମର୍ଡର ଘଟଣା। ସୁବର୍ଣ୍ଣ ପୁର ଜିଲ୍ଲା ବିନିକା ଥାନା ମହାଦେବ ପାଲି ଫାଣ୍ଡି ଅଧିନରେ ଥିବା ଘୋଡାଧାର ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଛପଟରେ ଜମି ଜମା ବିବାଦ କୁ ନେଇ ରାସ୍ତାରେ ଅଟକାଇ ହାଣିବା ଘଟଣାର ପରଦା ହଟାଇଛି ବିନିକା ପୋଲିସ।
ସୂଚନା ଅନୁଯାୟୀ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଙ୍କ ନିର୍ଦ୍ଦେଶ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ ଡିପିଓ ମିହିର ପଣ୍ଡା କହିଛନ୍ତି।ବିନିକା ଥାନା ଘୋଡାଧାର ଗ୍ରାମର ମୁଖ୍ୟ ହତ୍ୟାକାରି ଦୁର୍ୟ୍ୟୋଧନ ଭୁଏନା( ୪୦)ସୋନପୁର ଥାନା ଧଉରା ଖମନ ଗ୍ରାମର ପ୍ରହଲ୍ଲାଦ ବିଭାର (୪୨)ମୁଖ୍ୟ ଷଡଯନ୍ତ୍ର କାରି ଘୋଡାଧାର ଗ୍ରାମର ନରହରି ଭୁଏନା (୬୫)ଓ ହତ୍ୟାରେ ବ୍ୟବହାର ହୋଇଥିବା ଖଣ୍ଡା ଲୁଚାଇ ରଖିଥିବା ଧଉରା ଖମନ ଗ୍ରାମର ସୀତା ବିଭାର(୩୫)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଏବେ ଆଉ ଦୁଇ ଜଣ ସହଯୋଗୀ ଶୁଦର୍ଶନ ଓ ଅଲେଖ ଫେରାର ଥିବା ସହ ଏହି ଘଟଣାରେ ବ୍ୟବହାର ହୋଇଥିବା ଗୋଟିଏ ଖଣ୍ଡା,ତିନୋଟି ମଟର ସାଇକେଲ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଥିବା କହିଛନ୍ତି।ଏହି ଘଟଣାର ମୁଖ୍ୟ ଆସାମୀ କୁ ଧରିବାରେ ସୋନପୁର ଟାଉନ ଥାନା ଆଇଆଇସି ଲୋକେଶ୍ୱର ସାହୁ, ବିନିକା ଏଏସଆଇ କବିମନ୍ୟୁ ସେଠୀ, ଏଏସଆଇ ଗଣନାଥ ଥନାପତି ଓ ଗନିଆଁ ଫାଣ୍ଡି ଅଧିକାରୀ ଅରଖିତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।