ମୁକେଶ ଅମ୍ବାନୀ ଏସିଆର ଏକ ନମ୍ବର ଧନୀ, ଅଦାନୀ ୨୪କୁ ଖସିଲେ

0

ଫୋବର୍ସ ଦ୍ୱାରା ପ୍ରକାଶିତ ବିଶ୍ୱେ ଧନୀ ତାଲିକାର ଟପ୍ ଟେନରେ ସ୍ଥାନ ପାଇଛନ୍ତି ରିଲାଏନ୍ସ କଂପାନୀ ମୁଖ୍ୟ ମୁକେଶ ଅମ୍ବାନୀ । ବିଶ୍ୱର ଧନୀର ନମ୍ବର ୯ ଓ ଏସିଆର ଧନୀ ନମ୍ବର ଏକ ସ୍ଥାନରେ ଅଛନ୍ତି ଅମ୍ବାନୀ । ସେପଟେ ହିଣ୍ଡେନବର୍ଗ ରିପୋର୍ଟ ତାଲିକା ପ୍ରକାଶ ପରେ ତଳି ତଳାନ୍ତ ହୋଇ ପଡିଥିବା ଅଦାନୀ ମୁଖ୍ୟ ଗୌତନୀ ଅଦାନୀ ୨୪ ନଂବରକୁ ଖସି ଯାଇଛନ୍ତି । ଅମ୍ବାନୀଙ୍କ ପାଖରେ ୮୩୪୦ କୋଟି ଡଲାର ସଂପତି ରହିଛି । ଏକଦା ୧୨ ହଜାର ୬ ଶହ ଡଲାର ସଂପତି ରଖିଥିବା ଅଦାନୀ ହିଣ୍ଡେନବର୍ଗ ରିପୋର୍ଟ ପରେ ନିଜର ଅଧାରୁ ଅଧିକ ସଂପତି ହରାଇ ସାରିଛନ୍ତି । ଏବ ତାଙ୍କ ପାଖରେ ମାତ୍ର ୪ ହଜାର ୭୨୦ କୋଟି ଡଲାର୍ ସଂପତି ଅଛି । ୨୧ ହଜାର ଶହେ କୋଟି ଡଲାର ସହ ଲୁଇ ଭୁଟନର ମାଲିକ ବାନାର୍ଡ ଆର୍ନଲଟ ଧନୀ ତାଲିକାର ଏକ ନଂବର ସ୍ଥାନରେ ଅଛନ୍ତି । ଏହା ପରେ ଟେସଲାର ମାଲିକ ଏଲନ୍ ମସ୍କ ଅଛନ୍ତି । ତୃତୀୟରେ ଆମାଜନର ମୁଖ୍ୟ ଜେଫ୍ ବୋଜୋସ ଅଛନ୍ତି । ଭାରତର ଏକ ଲଂବର ଧନୀ ଭାବେ ମୁକେଶ ଅମ୍ବାନୀ, ପରେ ଗୌତମ ଅଦାନୀ, ତୃତୀୟରେ ଏଚସିଏଲର ଶିବ ନାଦାର, ତାଙ୍କ ପଛକୁ ସରିମ ଇନଷ୍ଟିଚ୍ୟୁଟ ମୁଖ୍ୟ ଆଦର ପୁନାୱାଲା, ଆର୍ସେଲର ମିତଲ ମୁଖ୍ୟ ଲକ୍ଷ୍ମୀ ମିତଲ, ଓପି ଜିନ୍ଦଲ ୁମଖ୍ୟ ସାବିତ୍ରୀ ଜିନ୍ଦଲ, ସନ୍ ଫାର୍ମାର ଦିଲ୍ଲୀପ ସାଂଘଭୀ, ଡି ମାର୍ଟ ମୁଖ୍ୟ ରାଧାକୃଷ୍ଣ ଦମାନୀ, ବିର୍ଲା ଗ୍ରୁପ ମୁଖ୍ୟ କୁମାର ମଂଗଳମ ବିର୍ଲା, କୋଟାକ ମହିନ୍ଦ୍ରା ଗ୍ରୁପର ଉଦୟ କୋଟାକ ରହିଛନ୍ତି ।