ମିଶିବେ ରିଲାଏନ୍ସ ଓ ଡିଜନୀ

0

ନୂଆଦିଲ୍ଲୀ : ଆମେରିକୀୟ ମନୋରଞ୍ଜନ କମ୍ପାନୀ ୱାଲ୍ଡ ଡିଜନୀ ଓ ଭାରତୀୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମଧ୍ୟରେ ଏକ ବଡ ଚୁକ୍ତି ହେବାକୁ ଯାଉଛି । ଦୁଇ କମ୍ପାନୀ ଭାରତରେ ଚାଲୁଥିବା ସେମାନଙ୍କ ସମସ୍ତ ବ୍ୟବସାୟ ମିଶ୍ରଣ ଘଟାଇବାକୁ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ଚୁକ୍ତି ଅନୁସାରେ , ଶ୍ରେୟାର ଓ କ୍ୟାସରେ ୫୧ ପ୍ରତିଶକ ଅଂଶ ରହିବ ଓ ଡିଜନୀ ପାଖରେ ବାକି ୪୯ ପ୍ରତିଶତ ଅଂଶ ରହିବ ।

ଏକ ରିପୋର୍ଟ ଅନୁଯାୟୀ, ଦୁଇ କମ୍ପାନୀ ମଧ୍ୟରେ ନନ୍ ବାଇଣ୍ଡିଂ ଟର୍ମଶିଟ୍ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ଭାରତର ସବୁଠାରୁ ବଡ଼ ମିଡିଆ ଏବଂ ମନୋରଞ୍ଜନ ବ୍ୟବସାୟରେ ପରିଣତ ହେବ। ଏହି କାରବାର ଆସନ୍ତା ଫେବୃଆରୀ ସୁଦ୍ଧା ଶେଷ ହେବ। ରିଲାଏନ୍ସର ଚୁକ୍ତି ସମ୍ପର୍କିତ ସମସ୍ତ ଅନୁମୋଦନ ଜାନୁଆରୀ ଶେଷ ସୁଦ୍ଧା ଶେଷ ହେବ। ଏହି ମିଳିତ ବ୍ୟବସାୟ ରିଲାଏନ୍ସର ମନୋରଞ୍ଜନ ବ୍ୟବସାୟକୁ ବଳ ଦେବ।

ରିଲାଏନ୍ସ ଓ ଡିଜ୍‌ନୀ ମଧ୍ୟରେ ଚୁକ୍ତି ଭାରତରେ ଏକ ବଡ଼ ମନୋରଞ୍ଜନ ପ୍ରତିଷ୍ଠାନ ଛିଡ଼ା କରିବ, ଯାହା ପ୍ରତିଷ୍ଠିତ ଟିଭି ମିଡିଆ ଜି ଏଣ୍ଟରଟେନ୍‌ମେଣ୍ଟ ଓ ସୋନୀ ସହ ଷ୍ଟ୍ରିମିଂ ସର୍ଭିସ୍ ନେଟ୍‌ଫ୍ଲିକ୍ସ ଓ ଆମାଜନ ପ୍ରାଇମ୍‌କୁ କଡ଼ା ଟକ୍କର ଦେବ। ବାସ୍ତବରେ ରିଲାଏନ୍ସ ମନୋରଞ୍ଜନ ବ୍ୟବସାୟରେ ଡିଜ୍‌ନୀ ହଟ୍‌ଷ୍ଟାରକୁ କଡ଼ା ଟକ୍କର ଦେଉଛି।