ଖୁବ ଶୀଘ୍ର ବଡ଼ ପରଦାରେ ରିଲିଜ ହେବ ଶକ୍ତିମାନ

ପୁଣି ବଡ଼ ପରଦାରେ ନଜର ଆସିବ ବହୁ ପପୁଲାର ମନୋରଞ୍ଜନ ସୋ ଶକ୍ତିମାନ ।

0

(ମୁମ୍ବାଇ) : ପୁଣି ବଡ଼ ପରଦାରେ ନଜର ଆସିବ ବହୁ ପପୁଲାର ମନୋରଞ୍ଜନ ସୋ ଶକ୍ତିମାନ । ଗତ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା ​​ଯେ ଏହି ଧାରାବାହିକ ବା ସିରିୟଲ ପୁଣିଥରେ ଫେରିବ । ଆଉ ଏବେ ଶକ୍ତିମାନ ବିଷୟରେ ଅଭିନେତା ମୁକେଶ ଖାନ୍ନା ଏକ ବଡ଼ ଖୁଲାସା କରିଛନ୍ତି ।

 

ଏନେଇ ମୁକେଶ ଖାନ୍ନା କହିଛନ୍ତି ଯେ, ‘ଏହି ପ୍ରୋଜେକ୍ଟ ବହୁ ବର୍ଷ ପରେ ମୋ ପାଖକୁ ଆସିଛି । ଅନେକ ଲୋକ ମୋତେ କହିଥିଲେ ଯେ ତୁମେ ଶକ୍ତିମାନର ଦ୍ୱିତୀୟ ସିଜିନ୍ କରିବା ଉଚିତ୍ । କିନ୍ତୁ ଏଥର ମୋତେ ଟିଭିରେ ନୁହେଁ ବରଂ ଫିଲ୍ମରେ ଶକ୍ତିମାନ ଆଣିବାକୁ ପଡିଲା । ‘ମୁଁ ସୋନି ଲୋକଙ୍କ ସହ ହାତ ମିଶାଇଛି ଏବଂ ସେମାନେ ମଧ୍ୟ ଏହି ଜିନିଷକୁ ସାର୍ବଜନୀନ କରିଛନ୍ତି । ଏହା ଏକ ବଡ ଫିଲ୍ମ । ପ୍ରାୟ ୩ ଶହ କୋଟିର । ତେବେ ସବୁକିଛି ସ୍ଥିର ନହେବା ପର୍ଯ୍ୟନ୍ତ ଅଧିକ କିଛି କହିପାରିବି ନାହିଁ ।

ସୂଚନାନୁଯାୟୀ , ୯୦ ଦଶକର ଟିଭି ପରଦାରେ ‘ଶକ୍ତିମାନ’ ଧାରାବାହିକ ପିଲାମାନଙ୍କୁ ବହୁତ ମନୋରଂଜନ କରିଥିଲା ​​। ଏହି ସୁପରହିଟ୍ ସୋ’ରେ ଅବିନେତା ମୁକେଶ ଖାନ୍ନା ଶକ୍ତିମାନଙ୍କ ଭୂମିକାରେ ଅଭିନୟ କରିଥିଲେ।