ହୀରାକୁଦକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ତେରେଛା ବାଣ ମାରିଲେ ମୁକେଶ ମହାଲିଙ୍ଗ

0

ଭୁବନେଶ୍ୱର: ହୀରାକୁଦକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ତେରେଛା ବାଣ ମାରିଲେ ମୁକେଶ ମହାଲିଙ୍ଗ ।  ହୀରାକୁଦ ସଙ୍କଟାପନ୍ନ ଅଛି । ହୀରାକୁଦ ରେ ସୁକାସୋଢ଼ା ସୁଖୀ ଗଲାଣି । କିଛି ବ୍ୟାରେଜ କରିବା ରାଜ୍ୟ ସରକାରଙ୍କ ଯୋଜନା ଅଛି କି ବୋଲି ପ୍ରଶ୍ନ କରିଥିଲେ ପ୍ରସନ୍ନ ।

ଉତ୍ତର ରେ ମୁକେଶ କହିଥିଲେ, ଛତିଶଗଡ଼ରେ ଯେଉଁ ଡ୍ୟାମ ହୋଇଛି ତାକୁ ନେଇ ବିଧାନସଭାରେ ଅନେକ ବାର ଆଲୋଚନା ହୋଇଛି । ମୁଁ ୨୪ ବର୍ଷ ର ପ୍ରସଙ୍ଗକୁ ଦୋହରାଇ ବାକୁ ଚାହୁଁନି । କିନ୍ତୁ ଆପଣ ମାନେ କେତେ ଟି ଡ୍ୟାମ ତଳ ମୁଣ୍ଡରେ କରିଥିଲେ ୨୪ ବର୍ଷ ମଧ୍ୟରେ ତାର ତଥ୍ୟ ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଥିବ । ନିଜକୁ ନିଜେ ପଚାରନ୍ତୁ । କିନ୍ତୁ ୮ ମାସ ଭିତରେ ଅନେକ ନୂଆ ପ୍ରକଳ୍ପ ପାଇଁ ଯୋଜନା କରି ଡିପିଆର ପ୍ରସ୍ତୁତ କରୁଛୁ ।