ରୋପଡ: ପଞ୍ଜାବରେ ବନ୍ଦୀ ଥିବା ୟୁପିର ବାହୁବଳି ବିଧାୟକ ମୁକ୍ତାର ଅଂସାରୀଙ୍କୁ ନେବାକୁ ୟୁପି ପୁଲିସର ଏକ ଟିମ ପଞ୍ଜାବରେ ପହଞ୍ଚିଛି । ଅନସାରୀ ପଞ୍ଜାବ ରୋପଡ ଜିଲ୍ଲା ଜେଲରେ ବନ୍ଦି ଅଛନ୍ତି । ଅନସାରୀଙ୍କୁ ୟୁପି ଆଣିବାକୁ ଆଜି ୧୫୦ ଜଣିଆ ପୁଲିସ ଟିମ ରୋପଡ ଯାଇଛନ୍ତି । ତାଙ୍କୁ ଆମ୍ବୁଲାନ୍ସରେ ବାନ୍ଦା ଜିଲ୍ଲାକୁ ଅଣାଯାଉଛି । ଆମ୍ବୁଲାନ୍ସକୁ ୧୦ଟି ପୁଲିସ ଗାଡି ଏସ୍କର୍ଟ କରୁଛନ୍ତି । ମୁକ୍ତାରଙ୍କ ନାମରେ ୟୁପିରେ ବହୁ ମାମଲା ଥିବାରୁ ସେସବୁର ଶୁଣାଣି ପାଇଁ ତାଙ୍କୁ ୟୁପିକୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଆଜି ମଧ୍ୟାହ୍ନ ୨ଟାରେ ୟୁପି ପୁଲିସ ମୁକ୍ତାରଙ୍କୁ ନେଇ ୟୁପି ଅଭିମୁଖେ ଯାତ୍ରା କରିଛି । ମୁକ୍ତାରଙ୍କ ପରି ଜଣେ ହାଇପ୍ରେ।।ଫାଇଲ କ୍ରିମିନାଲଙ୍କୁ ଅଣାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି । ୧୦ଟି ଗାଡି ତାଙ୍କ ଗାଡିକୁ ନିଆଯାଉଛି । ଏହି ୧୦ ଗାଡି ମଧ୍ୟରୁ କିଛି ପ୍ରାଇଭେଟ ଗାଡି ମଧ୍ୟ ରହିଛି । ତେବେ ପଞ୍ଜାବ ପ୍ରଶାସନ ତାଙ୍କୁ ୟୁପି ପୁଲିସକୁ ହସ୍ତାନ୍ତର କରିବା ପୂର୍ବରୁ ତାଙ୍କ ମେଡିକାଲ ଟେଷ୍ଟ କରାଯାଇଥିଲା । ୫ ଜଣିଆ ଡାକ୍ତରୀଦଳ ତାଙ୍କ ଟେଷ୍ଟ କରିଥିଲେ ।
ତେବେ ମୁକ୍ତାରଙ୍କ ଜୀବନ ପ୍ରତି ବିପଦ ଥିବା ଓ ତାଙ୍କୁ ପୁଲିସ ଏନକାଉଣ୍ଟର କରିବା ନେଇ ତାଙ୍କ ପତ୍ନୀ ଆଶଙ୍କା କରି ସୁପ୍ରିମକୋର୍ଟର ସ୍ୱାରସ୍ଥ ହୋଇଛନ୍ତି । ମାଫିଆ ଡ଼ନ ବ୍ରଜେସ ସିଂହ ମଧ୍ୟ ରାଜ୍ୟ ସରକାରଙ୍କ ସହାୟତାରେ ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିପାରେ ବୋଲି ସେ ପିଟିସନରେ ଉଲ୍ଲେଖ କରିଛନ୍ତି । ମୁକ୍ତାର ବିଜେପି ନେତାଙ୍କ ବିରୋଧରେ ବିଭିନ୍ନ ମାମଲାରେ ସାକ୍ଷ ଦେଇଥିବାରୁ ତାଙ୍କୁ ହତ୍ୟା କରାଯିବା ଆଶଙ୍କା କରିଛନ୍ତି ପତ୍ନୀ ।