ବର୍ଷାରେ ବେହାଲ ମାୟାନଗରୀ

0

(ମମତା ସାମଲ)ରିପୋର୍ଟସଟୁଡେ: ବର୍ଷାରେ ବେହାଲ ମାୟାନଗରୀ । ବିଗତ କିଛି ଦିନ ହେବ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବାବେଳେ ମୁମ୍ବାଇ ଲୋକଙ୍କ ପାଇଁ ବର୍ଷା ଦାଉ ସାଜିଛି । ରୋଡ,ରେଳପଥ ଗତକାଲି ଜଳାର୍ଣ୍ଣବ ହୋଇଥିବାବେଳେ ଅନେକ ଗୁଡିଏ ଟ୍ରେନ ବାତିଲ ହୋଇଛି । ବର୍ଷା ଯୋଗୁଁ ଲୋକଙ୍କର ଦୁର୍ଦ୍ଦଶା ବଢିଥିବାବେଳେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବର୍ଷା ପ୍ରବଳରୁ ଅତି ପ୍ରବଳ ବର୍ଷିବ । ମୁମ୍ବାଇର ସାନ୍ତାକ୍ଲଜ, ନାଗପଡ଼ ଓ ସିଅନ ଅଂଚଳରେ ବର୍ଷା ଜଳ ଜଳ ଲହଡି ଭାଙ୍ଗୁଛି । ସେହିଭଳି ଥାନେ ଓ ପାଳଘରରେ ମଧ୍ୟ ବର୍ଷାର ଲୋକଙ୍କ ପାଇଁ ସମସ୍ୟା ବଢ଼ାଉଛି ।
କେନ୍ଦ୍ରୀୟ ରେଳବାଇ ହାର୍ବର ଲାଇନ ଏବଂ ଅମ୍ବେରନାଥ ଓ ବାଦଲପୁର ମଧ୍ୟରେ ରେଳ ଚଳାଚଳ ସ୍ଥଗିତ ରଖିଛି । କାରଣ ଏହି ରେଳପଥରେ ଜଳସ୍ତର ବଢ଼ିଥିବାରୁ ଟ୍ରେନ ଚଳାଚଳ କରିବାରେ ଅସୁବିଧା ଦେଖାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, କିଛି ସ୍ଥାନରେ ପ୍ରବଳ ବର୍ଷିବ ।
ଅଂଧେରୀ, ମାଲଦ, ଭିଲେ ପାର୍ଲେ ଓ ସିଓନ ଅଂଚଳରେ ରବିବାର ସକାଳୁ ଜଳମଗ୍ନ ହୋଇଥିବାରୁ ଯାତାୟତ ବନ୍ଦ ରହିଛି । ଏହି ଅଂଚଳରେ ଆହୁରି ବର୍ଷା ହୋଇପାରେ । ସରକାରୀ କାର୍ୟ୍ୟାଳୟ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରି ଦିଆଯାଇଛି । ମୁମ୍ବାଇରେ ଆଜି ସକାଳୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ।