ମୁମ୍ବାଇ: ଆଇପିଏଲ୍ର ୩୩ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ପାଟ୍ କମିନ୍ସଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଉଭୟ ଦଳ ଏ ପର୍ଯ୍ୟନ୍ତ ସମାନ ୬ଟି ମ୍ୟାଚ୍ ଖେଳି ଦୁଇଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି ।
ଜାଣନ୍ତୁ ଦୁଇ ଦଳର ହେଡ୍ ଟୁ ହେଡ୍ ରେକର୍ଡ ଏବଂ ଆଜିର ମ୍ୟାଚରେ କାହାର ଜିତିବାର ରହିଛି ଅଧିକ ସମ୍ଭାବନା ।
ଲଗାତାର ପରାଜୟ ପରେ ଗତ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ହରାଇଥିଲା ହାଇଦ୍ରାବାଦ । ଦଳ ଏହି ବିଜୟକୁ ଜାରି ରଖିବାକୁ ଚାହିଁବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପାଇଁ ମଧ୍ୟ କିଛି ମ୍ୟାଚ୍ ଆଶାନୁରୂପ ନ ଥିଲା । ହେଲେ ଶେଷ ମ୍ୟାଚରେ ଦିଲ୍ଲୀକୁ ହରାଇଛି ।
ତେଣୁ ଦୁଇ ଦଳ ନିଜ ନିଜର ଶେଷ ମ୍ୟାଚ୍ ମନୋବଳ ଦୃଢ ରଖିଛନ୍ତି । ତେଣୁ ଆଜିର ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।