(ମୁମ୍ବାଇ) : ୭୪ ବର୍ଷୀୟା ବରିଷ୍ଟ ଅଭିନେତ୍ରୀ ମୁମତାଜ। ଏବେ ବଲିଉଡ ଠାରୁ ଦୂରେଇ ରହିଛନ୍ତି। ନିକଟରେ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଥିଲା। ଏବେ କିନ୍ତୁ ସେ ଡିସଚାର୍ଜ ହୋଇଛନ୍ତି।
ମୁମତାଜ ନିଜ ସ୍ୱାସ୍ଥ୍ୟ ବିଷୟରେ କହିଛନ୍ତି ଯେ , ୨୫ ବର୍ଷ ପୂର୍ବେ ସେ ସହିଛନ୍ତି କ୍ୟାନ୍ସର ଯନ୍ତ୍ରଣା। ତାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଥିଲା। ଚିକିତ୍ସା ବେଳେ ତାଙ୍କ ବାମ ହାତରୁ ଲିମ୍ଫ ନୋଡସ୍ ହଟାଇ ଦିଆଯାଇଥିଲା। ଏହି କାରଣରୁ ଏବେ ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ତାଙ୍କୁ ଡାହାଣ ହାତରେ ହିଁ ସାଲାଇନ୍ ଓ ଇଞ୍ଜେକସନ ନେବାକୁ ପଡିଥିଲା। ଯାହା ବେଶ୍ ଯନ୍ତ୍ରଣା ଦାୟକ ଥିଲା ବୋଲି କହିଛନ୍ତି ଏହି ବର୍ଷିଆନ୍ ଅଭିନେତ୍ରୀ।
ସୂଚନାନୁଯାୟୀ , ଦୁଇ ସପ୍ତାହ ପୂର୍ବେ ପେଟରେ ଇନ୍ଫେକ୍ସନ୍ ଯୋଗୁଁ ମୁମତାଜଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୪ ଦିନ ଯାଏଁ ବ୍ରିଚ କ୍ୟାଣ୍ଡ ହସ୍ପିଟାଲରେ ତାଙ୍କର ଚିକିତ୍ସା ପରେ ସେ ଏବେ ସୁସ୍ଥ ଅଛନ୍ତି। ସେ ଇରିଟେବୁଲ ବାଉଲ ସିଣ୍ଡ୍ରୋମ ଆଣ୍ଡ କଲିଟିସରେ ପୀଡିତ ଥିଲେ। ଯାହା ଏକ ପ୍ରକାର ଡାଇରିଆ।