ଲୋକାୟୁକ୍ତଙ୍କ ନିର୍ଦେଶ ପରେ ମୁନିଗୁଡା ବନାଞ୍ଚଳ ରେଞ୍ଜ, ସ୍କାମର ତଦନ୍ତ ଜାରି

0

ବିଷମକଟକ(ରବିନ୍ଦ୍ର କୁମାର ସାହୁ) : ଚାରା ରୋପଣ ନାଁରେ ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ସମସ୍ତେ ମିଳି ମିଶି ଖାଇଗଲେ କୋଟି କୋଟି ଟଙ୍କା I ମୁନିଗୁଡା ବନାଞ୍ଚଳ ରେଞ୍ଜ ମଧ୍ୟରେ ଚାରା ରୋପଣ ଦୁର୍ନୀତି ପଛରେ ଏକ ବଡ଼ ଧରଣର ସିଣ୍ଡିକେଟ ସକ୍ରିୟ ଥିବା ଅଭିଯୋଗ ହେଉଛି I

ଏହି ଦୁର୍ନୀତିର ମୁଖ୍ୟ ନାୟକ ତତ୍କାଳୀନ ମୁନିଗୁଡା ବନାଞ୍ଚଳ ରେଞ୍ଜର ପ୍ରସନ୍ନ ମିଶ୍ର I ତାଙ୍କୁ  ଅନ୍ୟତ୍ର ବଦଳି ଓ ପରେ ପଦୋନ୍ନତି କରାଯାଇଥିଲା I ଏହି ବଦଳି ଓ ପଦୋନ୍ନତି ପ୍ରକ୍ରିୟା ଓ ଦୁର୍ନୀତି ପଛରେ ଏକ ବଡ଼ ସିଣ୍ଡିକେଟ ସକ୍ରିୟ ଥିବା ସନ୍ଦେହ କରି ଏହା ବିରୁଦ୍ଧରେ ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହୋଇଥଲେ ଅଭିଯୋକାରୀ I ଯାହା ପରେ ଏହି ସମସ୍ତ ଘଟଣାର ତଦନ୍ତ କରିବା ପାଇଁ ଲୋକାୟୁକ୍ତ ନିର୍ଦେଶ ଦେଇଥିବା ସହ ତଦନ୍ତରେ ବିଳମ୍ବ ଯେପରି ନ ହେବ ସେଥିପାଇଁ ଡିସେମ୍ବର ୨୬ ସୁଦ୍ଧା ସମସ୍ତ ରିପୋର୍ଟ ଦାଖଲ କରାଯିବା ନେଇ ଲୋକାୟୁକ୍ତଙ୍କ କଡା ନିର୍ଦେଶ ରହିଛି I ଧାର୍ଯ୍ୟ ସମୟ ସୀମା ସରିବାକୁ ଆଉ କେଇଟା ଦିନ ବାକି ରହିଥିବା ବେଳେ

ପୂର୍ବରୁ ଭିଜିଲାନ୍ସ ଚାରୋଟି ସ୍ଥାନରୁ ୨୮ ଲକ୍ଷ୍ୟ ଟଙ୍କାର ଅନିୟମିତତା ପାଇ ଥିବା ରିପୋର୍ଟ ମଧ୍ୟ ଲୋକାୟୁକ୍ତଙ୍କ ପାଖରେ ରହିଛି I ଯେଉଁଥିପାଇଁ ଏହି ସବୁ ଦୁର୍ନୀତି ତନଖି କରିବା ସକାଶୁ  ଓଡିଶା ଲୋକାୟୁକ୍ତ ଏକ ଟିମ ଗଠନ କରି ପୁଣି ତଦନ୍ତ କରିବା ପାଇଁ  ପହଞ୍ଚିଥିଲେ  I  ଲୋକାୟୁକ୍ତଙ୍କ ପକ୍ଷରୁ ଜଣେ  ଏବଂ ଏ ସି ଏଫ୍ ଗୋବିନ୍ଦ ବିଶ୍ବାଳଙ୍କ ନେତୃତ୍ୱରେ ୩୩ ଜଣିଆ ଟିମ୍ ମୁନିଗୁଡା ରେଞ୍ଜ କାର୍ଯ୍ୟାଳୟରେ ଚଡାଉ କରି ବନାଞ୍ଚଳ ରେଞ୍ଜ ମଧ୍ୟରେ ବିଭିନ୍ନ ସ୍ଥାନ ବୁଲି ଯାଞ୍ଚ ଚଲାଇଥିବା ଜଣାପଡିଛି । ଏହି ସବୁ ମଧ୍ୟରେ ୩୩ ଜଣିଆ ଟିମର ତଦନ୍ତ ରିପୋର୍ଟ ସମ୍ପୃକ୍ତ ଅଧିକାରୀଙ୍କ ସପକ୍ଷରେ ହୋଇଥିବା ବିଶେଷ ସୂତ୍ର ( ନିଜ ନାମ ଗୋପନ ରଖିବା ସର୍ତ୍ତ )ରେ ପ୍ରକାଶ କରିଛନ୍ତି, ତେବେ ସମସ୍ତ ତଥ୍ୟ ରିପୋର୍ଟ ଦାଖଲ କରାଯିବା ପରେ ହିଁ ଲୋକଲୋଚନକୁ ଆସିପାରିବ I

ତେବେ ପୂର୍ବରୁ ଚାରୋଟି ସ୍ଥାନରୁ ୨୮ ଲକ୍ଷ୍ୟ ର ଅନିୟମିତତା କରାଯାଇଥିବା ଭିଜିଲାନ୍ସ ପାଇଥିଲା ତେବେ ବର୍ତମାନ ର ତଦନ୍ତ ରେ ସନ୍ତୁଳନ ପ୍ରକ୍ରିୟା କୁ ଧ୍ୟାନ ରେ ରଖାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି Iପ୍ରକାଶ ଥାଉକି ପୂର୍ବରୁ ଆମ୍ବଦଳା ଅଞ୍ଚଳ ଜାମଯୋଡି ଲଣ୍ଡା ପାହାଡ଼ ବନୀକରଣ ନାଁ ରେ ୯ ଲକ୍ଷ୍ୟ ୨୨ ହଜାର, ଦୁର୍ଗୀ ଅଞ୍ଚଳ ର ହାଡୁଗୁଡା, ରେଙ୍ଗାଲପାଡୁ ଏବଂ ରାଚୁଲି ରେ ଏଏନଆର ବନୀକରଣ ବାବଦରେ ୫ ଲକ୍ଷ୍ୟ ୯୮ ହଜାର, ୬ ଲକ୍ଷ୍ୟ ୧୦ ହଜାର ଏବଂ ୬ ଲକ୍ଷ୍ୟ ୪୦ ଏଭଳି ମୋଟ ୨୮ ଲକ୍ଷ୍ୟ ଟଙ୍କାର ଦୁର୍ନୀତି ହୋଇଥିବା ଭିଜିଲାନ୍ସ ତାର ରିପୋର୍ଟରେ ଦର୍ଶାଇଛି I  ଯାହା ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଅଡୁଆରେ ପକାଇ ପାରେ ବୋଲି ସୂଚନା ଅଧିକାର କର୍ମୀ ରବୀନ୍ଦ୍ର ପଟଖଣ୍ଡଳ ପ୍ରକାଶ କରିଛନ୍ତି I ତେବେ ରେଞ୍ଜର ପ୍ରସନ୍ନ ମିଶ୍ରଙ୍କ ସମୟରେ ହୋଇଥିବା ଏହି ଦୁର୍ନୀତିରେ ବନ ରକ୍ଷୀ ଶର୍ମିଷ୍ଠା ବଡ଼ଜେନା, ପ୍ରଳୟ ଦଣ୍ଡସେନା, ଆମ୍ବଦଳା ସେକ୍ସନ, ଏବଂ ରୋନିତ ମହାରଣା, ଡମ୍ବରୁଧର ସେନାପତି ବିଷମକଟକ ସେକ୍ସନ ମଧ୍ୟରେ ହୋଇଥିବା ଚାରା ରୋପଣ ମାନଙ୍କ ପ୍ରତକ୍ଷ୍ୟ ତତ୍ତ୍ୱବଧାନରେ ହୋଇଥିବା ଯୋଗୁଁ ଏମାନଙ୍କୁ ଓ ଅନ୍ୟ କର୍ମଚାରୀ ମାନଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି I

ତେବେ ତଦନ୍ତ ରିପୋର୍ଟ ଯାହା ପକ୍ଷରେ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଏବଂ ରେଞ୍ଜର ପ୍ରସନ୍ନ ମିଶ୍ରଙ୍କ ପଦୋନ୍ନତିକୁ ମାନ୍ୟବର ଅଦାଲତରେ ଚ୍ୟାଲେଞ୍ଜ କରାଯିବା ନେଇ ସମସ୍ତ ପ୍ରକ୍ରିୟା ଚାଲୁ ରହିଥିବା ସୂଚନା ଅଧିକାର କର୍ମୀ ଜି.ପି.ପାତ୍ର ସ୍ପଷ୍ଟ କରିଛନ୍ତି I ବରିଷ୍ଠ ସମାଜସେବୀ ତଥା ଆଇନଜୀବୀ ବାଦଲ ତାହ ଙ୍କ ମୁତାବକ ଯଦି ଭିଜିଲାନ୍ସ ତଦନ୍ତରେ ତ୍ରୁଟି ଧରାପଡି ନ ଥାନ୍ତା ଏବଂ ସେହି ରିପୋର୍ଟ ଲୋକାଯୁକ୍ତଙ୍କ ଠାରେ ଦାଖଲ କରାଯାଇନଥାନ୍ତା ତେବେ ଏହି ୩୩ ଜଣିଆ ଟିମ ମଧ୍ୟ ତଦନ୍ତକୁ ଦୁର୍ବଳ କରିସାରିଥାନ୍ତେ I ତେବେ ବର୍ତ୍ତମାନ ଦୁର୍ନୀତି କରିଥିବା ଅଧିକାରୀଙ୍କ ଠାରୁ ଅଧିକ ଚାପଗ୍ରସ୍ତ ତଦନ୍ତ କାରିଦଳ କାରଣ ଏକ ବଡ଼ ଧରଣର ସିଣ୍ଡିକେଟ ଏହି ଦୁର୍ନୀତି ପଛରେ କାମ କରୁଛି ବୋଲି ସେ ପ୍ରକାଶ କରିଛନ୍ତି I

ହେଲେ ଦୁର୍ନୀତିର ପ୍ରମାଣ ପାଇବା ପରେ ମଧ୍ୟ ଅଧିକାରୀଙ୍କ ପଦୋନ୍ନତି କିଭଳି ହେଉଛି ତାହା ତଦନ୍ତ ସାପେକ୍ଷ ଏବଂ ଲୋକଯୁକ୍ତ ଙ୍କ ରାୟ ଉପରେ ସାଧାରଣ ଜନତା ସମେତ ବିଭାଗୀୟ ଅଧିକାରୀ ମଧ୍ୟ ଉତ୍କଣ୍ଠା ର ସହ ଅପେକ୍ଷା କରିଥିବା ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି I ତେବେ ତଦନ୍ତ ଜାରି ରହିଥିବା ବେଳେ ଏ ନେଇ କୌଣସି ପ୍ରତିକ୍ରିୟା ଦେବା ଅନୁଚିତ ଥିବ ବୋଲି କହି ବନ ବିଭାଗ କୌଣସି ଆଧିକାରିକ ପ୍ରତିକ୍ରିୟା ନ ଦେଇ ନଥିଲେ I