(ବନବାସୀ ପ୍ରଧାନ)କନ୍ଧମାଳ: ବାଲିଗୁଡା ଥାନା ସୁଡ୍ରା ପଞ୍ଚାୟତ କୁନାସଲୁ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହରୁ ଘଟିଛି ହତ୍ୟାକାଣ୍ଡ । ସ୍ତ୍ରୀକୁ କୁରାଢିରେ ହାଣି ହତ୍ୟାକରିଛି ଉତ୍ୟକ୍ତ ସ୍ୱାମୀ । ଅଭିଯୁକ୍ତ ସ୍ୱାମୀକୁ ଗାଁ ଲୋକ କାବୁକରି ରଖିବାପରେ ମୃତକ ପରିବାର ଲୋକଙ୍କୁ ଖବର ଦେଇଥିଲେ । ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ଏହାପରେ ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ପୋଲିସ । ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛି ପୋଲିସ ।