(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା କଣାସ ବ୍ଲକ ଗଡ ବଡ଼ପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଲିସ ସୂତ୍ରରୁ ଜଣାପଡିଛି ହରଷପଡା ଗ୍ରାମ କୈଳାସ ବିଶ୍ୱାଳ ଙ୍କ ପୁଅ ରାକେଶ କୁମାର ବିଶ୍ବାଳ(୧୫) ଗଡ ବଡ଼ପୁଟ ଗ୍ରାମ ମାମୁଁ ଘରେ ରହି ଚଉଦ ମୌଜା ମହାବିଦ୍ୟାଳୟ ମନ୍ଦାରବସ୍ତ ରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାଠ ପଢୁଥିଲା ।ହେଲେ ମାମୁ ମାଇଁ ବିଭିନ୍ନ କାମରେ ଲାଗନ୍ତି ଏବଂ ନିର୍ୟାତନା ଦିଅନ୍ତି ବୋଲି ପୁଅ ଆଠ ଦିନ ତଳେ ଗାଁକୁ ଯାଇ ନିଜ ବୋଉ କୁ ସବୁ କଥା କହିଥିଲା ।ବୋଉ ପୁଅକୁ ବୁଝାସୁଝା କରି ପୁଣି ମାମୁ ଘରକୁ ପଠାଇଥିଲେ ।ଗତ ବୁଧବାର ବାର ଦିନ ହର୍ଷପଡା ଗ୍ରାମର ଦୁଇ ଜଣ ବ୍ୟକ୍ତି ଗଡ଼ବଡ଼ପୁଟ କୌଣସି ଏକ କାମରେ ଯାଇଥିଲେ ।ସେଠାରେ ଶୁଣିବାକୁ ପାଇଲେ ଯେ ପିଲାଟି ମାମୁଘରେ ମରି ପଡିଛି ।ସଙ୍ଗେ ସଙ୍ଗେ ଗାଁକୁ ଖବର ଦେଇଥିଲେ ।ଖବରପାଇ ମୂର୍ତ ରାକେଶ ର ବାପା ମାଆ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଫ୍ୟାନ ରେ ରାଶି ଲାଗିଥିବା ବେଳେ ପୁଅ ମରି ତଳେ ପଡିଛି ।ବେକରେ ଏକ ଦାଗ ରହିଥିବା ବେଳେ ପିଲାଟିର ଶରୀର ଫୁଲି ଯାଇଛି ।ଘଟଣା ସମ୍ପର୍କରେ ମାମୁ ଭାସ୍କର ସାମନ୍ତରାୟଙ୍କୁ ମୋ ପୁଅ କେମିତି ମରିଲା ପଚାରିବାରୁ ମାମୁ ଭାସ୍କର ସାମନ୍ତରାୟ କହିଥିଲେ ତୁ ତୋ ପୁଅକୁ ମୋ ଘରେ ଛାଡିଥିଲୁ ମୁଁ ତୋ ପୁଅ କୁ ଆଣିବାକୁ ଯାଇନଥିଲି ।ତୁ କଣ କରିବାର ଅଛି କରେ ।ଏନେଇ କଣାସ ଥାନାରେ ଏକ ଅଭିଯୋଗ କରିଛନ୍ତି ରାକେଶର ମା ଶକୁନ୍ତଳା ବିଶ୍ୱାଳ । ଅଭିଯୋଗ ରେ ଦର୍ଶାଇଛନ୍ତି ଯେ ମୋ ପୁଅକୁ ମୋର ଭାଇ ଭାସ୍କର ସାମନ୍ତରାୟ ଓ ଅନ୍ୟାନ୍ୟ ସହଯୋଗୀ ମାଧ୍ୟମରେ ତଣ୍ଟି ଚିପି ହତ୍ୟା କରାଯାଇଛି ।ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀକୁ ଉଚିତ ଦଣ୍ଡ ଦିଆ ଯାଉ।ସେପଟେ କଣାସ ଥାନା ଅଧିକାରୀ ସୁଶାନ୍ତ ବେହେରା ପୋଷ୍ଟମଟମ ହେବା ପରେ ସତ୍ୟ ପଦାକୁ ଆସିବ କହିଛନ୍ତି । ଦୋଷୀ ଦଣ୍ଡ ପାଇବା ।