ନିଜ ସ୍ତ୍ରୀକୁ ହତ୍ୟା କରି ଅତି ନୃଶଂସ ଭାବେ ଖଣ୍ଡ ଖଣ୍ଡ କରି ଟ୍ରେନ ଲାଇନ ନିକଟରେ ଫିଙ୍ଗି ଦେଲା ସ୍ୱାମୀ

0

ବସ୍ତା/ଅଜିତ ସାହୁ : ପିଶାଚ ସାଜିଲା ସ୍ଵାମୀ। ସ୍ତ୍ରୀର ଦୁଃଖ ସୁଖରେ ଆହା କହିବା ବଦଳରେ ନିଜ ସ୍ତ୍ରୀକୁ ହତ୍ୟା କରି ଅତି ନୃଶଂସ ଭାବେ ଖଣ୍ଡ ଖଣ୍ଡ କରି ଟ୍ରେନ ଲାଇନ ନିକଟରେ ଫିଙ୍ଗି ପ୍ରମାଣ ନଷ୍ଟ କରିବା ସହିତ ଘଟଣା କୁ ଅନ୍ୟ ରୂପ ରୂପାନ୍ତର ଦେବା ପାଇଁ ଯୋଜନା ରଚିଥିଲା ସୈତାନ୍ ସ୍ଵାମୀ। ଏଭଳି ନାରକିୟ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ପାଲସିହା ଗ୍ରାମରେ। ସୂଚନା ମୁତାବକ 10 ବର୍ଷ ପୂର୍ବେ ପ୍ରଦିପ ଦାସ ତାଙ୍କ ସ୍ତ୍ରୀ ମାମାଙ୍କ ବିବାହ ହୋଇଥିଲା।

ତେବେ ସେମାନଙ୍କ ଭିତରେ ଅନେକ ସମୟରେ କଳହ ଲାଗି ରହେ। ଗତକାଲି ପାରିବାରିକ କଳହ କୁ କେନ୍ଦ୍ର କରି ସ୍ଵାମୀ ପ୍ରଦୀପ ସ୍ତ୍ରୀ ମାମକୁ ଏକ କଟୁରିରେ ହାଣି ହତ୍ୟା କରିଥିଲା ଓ ପରେ ଅତି ନୃଶଂସ ଭାବେ ହତ୍ୟା କରି ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଅଖାରେ ଭର୍ତ୍ତି କରି ନିକଟସ୍ଥ ଟ୍ରେନ ଲାଇନ୍ ନିକଟକୁ ନେଇ ଘଟଣାକୁ ଅନ୍ୟ ରୂପ ରୂପାନ୍ତର ଦେବାକୁ ଷଡ଼ଯନ୍ତ୍ର କରିଥିଲା। ତେବେ ମୃତ ମହିଳା ଙ୍କ ବାପଘର ଲୋକେ କୌଣସି ପ୍ରକାରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଅଖା ବସ୍ତାରେ ଭିତରେ ମୃତ ଝିଅର ଖଣ୍ଡ ବିଖଣ୍ଡିତ ଶବ ଭର୍ତ୍ତି ହୋଇ ରହିଛି।

ମାତ୍ର ଶାଶୁ ଘର ଲୋକେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ବାପଘର ଲୋକେ ବସ୍ତା ପୋଲିସ କୁ ଖବର ଦେଇଥିଲେ। ବସ୍ତା ପୋଲିସ ଘଟଣା ସ୍ଥଳରେ ପହଁଚି, ଖଣ୍ଡ ବିଖଣ୍ଡିତ ମୃତ ଶରୀରକୁ ଜବତ କରିବା ସହିତ, ମୃତ ମହିଳାଙ୍କ ଶାଶୁ ଏବଂ ଦିଅରଙ୍କୁ ଥାନା ରେ ଅଟକ ରଖି ଘଟଣା ର ଅଧିକ ତଦନ୍ତ କରୁଛି । ମୃତ ମହିଳାଙ୍କ ଜଣେ ୬ ବର୍ଷର ଝିଅ ଏବଂ ୪ ବର୍ଷର ପୂଅ ଥିବା ଜଣା ପଡିଛି।