( ବିଜୟ କୁମାର କାରୁଆ): କେନ୍ଦୁଝର ଜିଲ୍ଲା ପାଟଣାଥାନା ଟାଇଁସିରା ଗ୍ରାମର ଜଣେ ବରିଷ୍ଠ ବିଜେଡି ତଥା ପାଟଣାବ୍ଲକ ବିଜେଡି କୃଷକ ମୋର୍ଚ୍ଚା ସଭାପତି,ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ଦେବେନ୍ଦ୍ର ପାତ୍ର ଙ୍କ କ୍ଷତବିକ୍ଷତ ଶବକୁ ତାଙ୍କ ଶୋଇବା ଘରୁ ଉଦ୍ଧାର କରିଛି ପାଟଣା ପୁଲିସ । ତାଙ୍କ ଶୋଇବା ଘରେ ରକ୍ତ ଲାଗିଥିବା ସହ ଉଲଘଂନ ଅବସ୍ଥାରେ ବେବେନ୍ଦ୍ରଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଏନେଇ ତାଙ୍କ ସାନଭାଇ ପାଟଣାଥାନାରେ ଲିଖିତ ଅଭିଯୋଗ କରିବା ଦୋଷୀ ତୁରନ୍ତ ଗରିଫ କରିବାକୁ ଦାବି କରିଛନ୍ତି । ଏହି ପରିପେକ୍ଷିରେ ଘଟଣାକୁ ପାଟଣାଥାନା ଅଧିକାରୀଣୀ ପ୍ରମୋଦିନୀ ସାହୁ ଏକ କେନ୍ଦୁଝର ସନ୍ଧାନୀ କୁକୁର ମାଧ୍ୟମରେ ତର୍ଜମା କରିବା ସହ ଏହାକୁ ଅପମୃତ୍ୟୁ ମାମଲା ୩୨/୨୦୧୮ ରୁଜୁ କରିଥିଲେ । ଶବବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣାର ସ୍ପଷ୍ଟ ହେବ ଓ ଏହାର ସଠିକ୍ ତର୍ଜମା କରାଯିବ କହିଛନ୍ତି ।