ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲା : ଅଭିଯୁକ୍ତ ଗୋପାଳ ଦାସ୍‌ର ଡିସଚାର୍ଜ ପିଟିସନ୍ ଖାରଜ

0

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲା | ଅଭିଯୁକ୍ତ ଗୋପାଳ ଦାସକୁ ଗୁରୁବାର ଚୌଦ୍ୱାର ଜେଲରୁ ଅଣାଯାଇ ଝାରସୁଗୁଡା ଏଡିଜେ କୋର୍ଟରେ କରାଯାଇଥିଲା ହାଜର। ଗୋପାଳ ପକ୍ଷରୁ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନର ଆଜି ଶୁଣାଣି ହୋଇଥିବା ବେଳେ କୋର୍ଟ ଏହାକୁ ଖାରଜ କରିଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ ଆଧାରରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ ହୋଇଥିଲା। ଗୋପାଳ ନିଜକୁ ନିର୍ଦୋଷ କହିବା ସହ ନବ ଦାସକୁ ହତ୍ୟା କରିନଥିବା କହିଥିଲା। ତେଣୁ ସେ ମାମଲା ଲଢ଼ିବ ବୋଲି କହିଥିଲା ବୋଲି ଆଇନଜୀବୀ ନରେଶ ନାୟକ କହିଛନ୍ତି।

କୋର୍ଟଙ୍କ ସମ୍ମୁଖରେ ଗୋପାଳ ନିଜକୁ ନିର୍ଦୋଷ କହିବା ସହ ତାଙ୍କର ଓକିଲ ଏହି ମାମଲା ଲଢ଼ିବେ ବୋଲି କହିଥିବା ଗୋପାଳର ଓକିଲ ନରେଶ ନାୟକ ପ୍ରକାଶ କରିଛନ୍ତି । ଆଗାମୀ ଶୁଣାଣି ଏବଂ ସାକ୍ଷଗ୍ରହଣ ଆସନ୍ତା ୫ ତାରିଖରେ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ନରେଶ ନାୟକ ସୂଚନା ଦେଇଛନ୍ତି । କୋର୍ଟ ଡିସଚାର୍ଜ ପିଟିସନ୍ ଉପରେ କରିଥିବା ଶୁଣାଣି ସମୟରେ ଉଭୟ ପକ୍ଷର ସମସ୍ତ ଦଲିଲ ଓ ତଥ୍ୟ ଉପରେ କୋର୍ଟରେ ଆଲୋଚନା ହୋଇଥିଲା । ଗୋପାଳ ଖାଉଥିବା ମାନସିକ ରୋଗର ଔଷଧ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ଆଇନଜୀବୀ ନରେଶ ନାୟକ କହିଛନ୍ତି l ତେବେ ଆଗାମୀ ଶୁଣାଣି ପାଇଁ ଆସନ୍ତା ୫ ତାରିଖ କୋର୍ଟ ଦିନ ଧାର୍ଯ୍ୟ କରିବା ପରେ ଗୋପାଳକୁ ପୁଣି ଥରେ ଚୌଦ୍ୱାରା ଜେଲ୍‌କୁ ନିଆଯାଇଛି l