ଡ଼ମଣା ଛକରେ ଥିବା ଏକ ହୋଟେଲରେ ହତ୍ୟା କାଣ୍ଡ : ଜଣେ ମୃତ

0

ଭୁବନେଶ୍ୱର: ଡମଣା ଛକରେ ହତ୍ୟାକାଣ୍ଡ । ଭୁବନେଶ୍ୱର ସ୍ଥିତ ଡମଣା ଛକ ରେ ଥିବା ଏକ ହୋଟେଲରେ ଘଟି ଯାଇଛି ହତ୍ୟାକାଣ୍ଡ । ତେବେ ଏହି ହତ୍ୟା କାଣ୍ଡରେ ସେହି ହେଟେଲର କର୍ମଚାରୀ ପିତାମ୍ବର ଜେନାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲା ଲାଠିପଡା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ , ଡମଣା ସ୍ଥିତ ମା’ ତାରାଦେଇ ହୋଟେଲରେ କାମ କରୁଥିଲେ ପିତାମ୍ବର ଜେନା । ହୋଟେଲର ସମସ୍ତ କାମ ସରିବା ପରେ ହୋଟେଲର ଆଉ ଜଣେ କର୍ମଚାରୀ ପିତାମ୍ୱରଙ୍କୁ ମାଛ ଖାଇବାକୁ ମାଗିଥିଲେ । ସେ ମାଛ ଖାଇବାକୁ ନ ଦେବାରୁ ଘଟିଗଲା ଏହି ଅଘଟଣ । କ୍ରୋଧରେ ଆସି ହୋଟେଲର ଜଣେ କର୍ମଚାରୀ ପିତାମ୍ବରଙ୍କୁ ପନିକିରେ ହାଣି ହତ୍ୟା କରିଥିବା କୁହାଯାଉଛି। ଏହା ଦେଖି ହୋଟେଲ ମାଲିକ ତୁରନ୍ତ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀକୁ ଅଟକ ରଖି ଘଟଣା ତଦନ୍ତ ଚଳାଇଛି ।