(ରିପୋର୍ଟସ ଟୁଡ଼େ)କଟକ: ଗତକାଲି ସଂଗୀତ ନିର୍ଦ୍ଦେଶକ ସଂଜୟ ସାହୁଙ୍କ ପରଲୋକ । ବର୍ଣ୍ଣବୋଧ ଗୀତ ଗୋବିନ୍ଦର ସଂଗୀତଜ୍ଞ ଭାବେ ବେସ୍ ପରିଚିତ ଥିଲେ ସଂଜୟ । ଏଥିସହ ଓଡ଼ିଆ ଚଳଚ୍ଚିତ୍ରରେ ବହୁ ଭଜନର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଦୀର୍ଘ ଦିନର ଅସୁସ୍ଥତା ପରେ କଟକ ବଡ଼ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସଂଜୟଙ୍କ ଦେହାନ୍ତ ଖବର ପାଇବା ପରେ ପୁରା କଳାକାର ମହଲରେ ଶୋକର ଛାୟା ଖେଳିଯାଇଥିଲା ।