ଏମଭି ୭୯ ଡ. ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା

0

ସ୍ଥାନୀୟ ଏମଭି 79 ଡ଼ ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ଅଧକ୍ଷ ଡ଼ ପ୍ରଦୀପ୍ତ କୁମାର ମିଶ୍ର ସଭାପତିତ୍ୱ କରିଥିଲେ।ପାଠ ସହ ପ୍ର୍ୟତେକ ଦିନ ଖେଳର ମଧ୍ୟ ଆବଶ୍ୟକତା ରହିଛି। ଯାହା ଖୁସି ପ୍ରଦାନ କରିବା ସହ ଆମ ଶରୀର ସୁସ୍ଥ ରଖିବାରେ ସହାୟକ ହେବ।ପ୍ର୍ୟତେକ ଦିନ ବ୍ୟସ୍ତ ବହୁଳ ସମୟରୁ ଟିକେ ସମୟ ଯୋଗ ଅଭ୍ୟାସ ଆମକୁ ରୋଗ ଠାରୁ ବହୁ ଦୁରରେ ରଖିବ। ଏଭଲି ମତ ଦେଇଛନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ଏମଭି 79 ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନୋଜ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ର ପତିଷ୍ଠାତା ସଭ୍ୟ ନିମାଇଁ ଚନ୍ଦ୍ର ପାଲ,ସନ୍ନମାନିତ ଅତିଥି ଭାବେ ସ୍ଥାନୀୟ ମହାବିଦ୍ୟାଳୟ ର ଅଦକ୍ଷା ପ୍ରଭାସିନୀ ମହାପାତ୍ର, ପ୍ରଦୀପ୍ତ ମଜୁମଦାର । ପ୍ରଥମେ ଏହି ଉତ୍ସବର ଆରମ୍ଭରେ ଗଜାନନ ଠାରେ ପୁଷ୍ପମାଲ୍ୟ ଦେଇ ସ୍ବାଗତଂ ସଂଗୀତ ଗାନ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତା ରେ ବିଭିନ୍ନ ବର୍ଗରେ ପୁରଷ୍କାର ପ୍ରଦାନ କରାଯିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ଵାଗତ ସଙ୍ଗୀତରେ ନୃତ୍ୟ ପରିବେଷଣ କରାଯାଇଛି। ଅୟୋଜିତ ଏହିି କ୍ରୀଡା ଉତ୍ସବ ରେ କନିଷ୍ଠ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ।