ମାର ଜୀବନ ବଞ୍ଚାଇଲା ୩ବର୍ଷର ଶିଶୁ

0

( ରିପୋଟର୍ସ ଟୁଡେ) ; ଅଚେତ ହୋଇ ପଡିଥିବା ମାର ଜୀବନ ବଞ୍ଚାଇଲା ୩ ବର୍ଷର ଶିଶୁ । କୁହାଯାଏ ଶିଶୂ ହେଉଛନ୍ତି ଭଗବାନଙ୍କ ରୂପ । ତେବେ ଏହାର ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁରାଦବାଦରେ । ତିନିବର୍ଷର ଶିଶୁକୁ ଧରି ଯାଉଥିବା ବେଳେ ହଠାତ ଅଚେତ ହୋଇପଡିଥିଲେ ମହିଳା ଜଣକ । ଶିଶୁ ଜଣକ କିଛି ସମୟ ମା’ଙ୍କ ପାଖରେ ବସିବା ପରେ କେହି ସାହାଯ୍ୟ ପାଇଁ ନଆସିବାରୁ ନିକଟରେ ଥିବା ପୁଲିସ କର୍ମଚାରୀଙ୍କ ପାଖକୁ ସେ ଧାଇଁ ଯାଇଥିଲା । ଠିକସେ କଥା କହି ପାରୁ ନଥିବାରୁ ଶିଶୁ ପୁଲିସ କର୍ମଚାରୀଙ୍କୁ ଠାରରେ କିଛି କହିବାକୁ ଚାହିଁଥିଲା। ପୁଲିସ କର୍ମଚାରୀ ଶିଶୁଟିର କଥା ସ୍ପଷ୍ଟ ଭାବେ ବୁଝି ପାରି ନଥିଲେ ହେଁ, ସେମାନେ ଶିଶୁଟି ଯେଉଁଆଡେ ଯାଉଥିଲା ତାର ପଛେପଛେ ଯାଇଥିଲେ ।ସେଠାରେ ପହଞ୍ଚିଲା ବେଳକୁ ତାର ମା’ ଅଚେତ ଅବସ୍ଥାରେ ପଡ଼ିଥିବା ପୁଲିସ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ମହିଳାଙ୍କ ଅବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଛୁଟି କରି ଦିଆଯାଇଥିଲା। ସୂଚନାରୁ ପ୍ରକାଶ ମହିଳା ତିନିମାସର ଅନ୍ତସତ୍ତ୍ବା ଥିବା ଜଣାପଡିଛି । ମା’ଙ୍କୁ ଏଭଳି ଅବସ୍ଥାରେ ଦେଖି ୩ବର୍ଷର ଶିଶୁ ଯେଭଳି କାମ କରିଛି ତାହା ଚର୍ଚ୍ଚାରେ ରହିଛି।