ଭୁବନେଶ୍ୱର; ବିଦା ହେଲେ ମୋ ବସ୍ ଡ୍ରାଇଭର ଓ ଗାଇଡ୍ । ଡ୍ରାଇଭର ଓ ଗାଇଡ୍ ଙ୍କୁ ଟର୍ମିନେଟ୍ କଲା କ୍ରୁଟ୍ । ତ୍ରୁଟି ମାନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କ୍ରୁଟ୍ । ଡ୍ରାଇଭର ଓ ଗାଇଡ୍ ଚାହିଁଥିଲେ ଏଡାଯାଇପାରିଥାନ୍ତା । ଆଜି ଦିନ ୧୦ଟାରେ ମାଷ୍ଟର କ୍ୟାଣ୍ଟିନରେ ଅଘଟଣ । ବସ୍ ଛାଇରେ ବିଶ୍ର୍ାମ ନେଉଥିବା ବେଳେ ଘଟିଥିଲା ଅଘଟଣ । ସୂଚନାମୁତାବକ, ବସ୍ ଷ୍ଟପରେ ୨ଜଣଙ୍କ ଉପରକୁ ବସ୍ ମାଡିଯାଇଥିଲା । ତେବେ ଦୁଇ ଯୁବକ ଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆଜି ପୁରୀର ରଞ୍ଜିତ ବେହେରା ଓ ତାଙ୍କ ପରିବାର ସମେତ ଜଣେ ରାଜମିସ୍ତ୍ରୀ ହୃଦାନନ୍ଦ ମହାନ୍ତି ମାଷ୍ଟର କ୍ୟାଣ୍ଟିନ ରେଲୱେ ଷ୍ଟେସନରେ ପହଞ୍ଚି ବସ ଷ୍ଟପରେ ଠିଆ ହୋଇଥିଲେ । ଏହି ସମୟରେ ପଛପଟୁ ହଠାତ ବିନା କୌଣସି ହର୍ଣ୍ଣରେ ମାଡି ଆସିଥିଲା ୨୩ ନମ୍ବର ରୁଟର ମୋ ବସ ।
ସାମ୍ନାରେ ଠିଆ ହୋଇଥିବା ହୃଦାନନ୍ଦ ମହାନ୍ତି ଓ ରଞ୍ଜିତ ବେହେରାଙ୍କ ଦେହରେ ପିଟି ହୋଇଥିଲା ଫଳରେ ସେମାନଙ୍କ ଦେହରେ ଗଭୀର ଆଘାତ ଲାଗିଛି । ରଞ୍ଜିତ ବେହେରାଙ୍କ ଗୋଡ଼ ମାଡ଼ ହୋଇଥିବା ବେଳେ ହୃଦାନନ୍ଦ ମହାନ୍ତିଙ୍କ ଅଣ୍ଟାରେ ଓ ବାଁ କାନ୍ଧରେ ଆଘାତ ଲାଗିଛି । ଉଭୟ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।