ସମ୍ବଲପୁର ଶାଢୀର ବଡ଼ ପ୍ରଶଂସକ ହେଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

0

ଭୁବନେଶ୍ୱର : ସମ୍ବଲପୁର ଶାଢୀର ବଡ଼ ପ୍ରଶଂସକ ହେଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ… ବୋମକେଇ ପାଟ, କଟକୀ ପାଟ ତାଙ୍କୁ ବହୁତ ପସନ୍ଦ ଆସୁଥିବାବେଳେ ସମ୍ବଲପୁରୀ ଶାଢୀ ତାଙ୍କର ଭାରି ପ୍ରିୟ ବୋଲି ନିର୍ମଳା ଭୁବନେଶ୍ୱର ଗସ୍ତ ରେ ଥିବା ବେଳେ କହିଛନ୍ତି । ଦେଶ ତଥା ଓଡ଼ିଶାର ଶିଳ୍ପୀ ଓ ବୁଣାକାରଙ୍କୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ ଯୋଜନା ଘୋଷଣା କରାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଓଡ଼ିଶାର ସମ୍ବଲପୁରୀ ଶାଢ଼ୀର ଚାହିଦା ଖୁବ ବେଶୀ ।ଆଉ ଏହାକୁ ଖୁବ ପସନ୍ଦ କରନ୍ତି ଦେଶର ଅର୍ଥ ମନ୍ତ୍ରୀ ନିର୍ମଳା ଶୀତାରମଣ । ବିଭିନ୍ନ ସମୟରେ ସମ୍ବଲପୁରି ଶାଢୀରେ ନଜର ଆସିଥାନ୍ତି ନିର୍ମଳା । ବିଶେଷ କରି ବଜେଟ କାର୍ଯ୍ୟକ୍ରମରେ ନିର୍ମଳାଙ୍କ ସମ୍ବଲପୁରୀ ବେଶ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରେ । ଓଡିଶା ଗସ୍ତରେ ଆସିଥିବାବେଳେ ସମାନ ଚିତ୍ର ଦେଖିବାକୁ ମିଳିଥିଲା । ସମ୍ବଲପୁରୀ ଶାଢ଼ୀ ଓ କାରିଗରଙ୍କୁ ନେଇ ଖୋଲାଖୋଲି ପ୍ରତିକ୍ରିୟା ରଖିଛନ୍ତି ନିର୍ମଳା । କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ଶାଢ଼ୀ ଓ ବୁଣାକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏବେ ବି ମୁଁ ସମ୍ବଲପୁରୀ ଶାଢ଼ୀ କିଣୁଛି । ମୋତେ ସମ୍ବଲପୁରୀ ଶାଢ଼ୀ ବହୁତ ପସନ୍ଦ । ବହୁତ ସମ୍ବଲପୁରୀ ଶାଢୀ ମୋ ପାଖରେ ଅଛି । ବୋମକାଇ ଓ କଟିକି ସମ୍ବଲପୁରୀ ଶାଢ଼ୀ ବି ମୋର ପସନ୍ଦ । ଓଡ଼ିଶାର ଶାଢ଼ୀକୁ ନେଇ ମୋ ଆଲମୀରା ଭର୍ତ୍ତି କରି ରଖିଛି । ସମ୍ବଲପୁରୀ ଶାଢ଼ୀ ସହିତ ଅନ୍ୟ ଶାଢ଼ୀ ବି ମୁଁ ପସନ୍ଦ କରେ । ଓଡିଶାରେ ତିଆରି ହେଉଥିବା ଅଧିକାଂଶ ଶାଢ଼ୀ ମୋ ପାଖରେ ଅଛି । କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ସହିତ ଅନ୍ୟ ବୁଣାକାର, ପଟ୍ଟଚିତ୍ର କାରିଗର, ଭାସ୍କର୍ଯ୍ୟ ଶିଳ୍ପୀଙ୍କ କିଭଳି ବିକାଶ ହୋଇପାରିବ ସେ ଦିଗରେ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର ।