ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ବାଜିଲା ୯ଟି ପ୍ରସ୍ତାବ ଉପରେ ମୋହର। ଶୁକ୍ରବାର ରାଜ୍ୟ କ୍ୟାବିନେଟ ସୁଭଦ୍ରା ଯୋଜନା, ସୋଲାର ସବସିଡି, ଭିନ୍ନକ୍ଷମଙ୍କ ପାଇଁ ଭତ୍ତା ଭଳି ପ୍ରସ୍ତାବ ସହ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସୁଭଦ୍ରା ଆବେଦନ କରିଥିଲେ ମହିଳାଙ୍କୁ ମିଳିବ ୨ଟି କିସ୍ତି ଟଙ୍କା । ୨୦୨୪ ଦୁଇଟି କିସ୍ତିର ୧୦ହଜାର ଟଙ୍କା ହିତାଧୀକାରୀଙ୍କୁ ଏକକାଳୀନ ପ୍ରଦାନ କରାଯିବ। ସେହିପରି ୮୦ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ମାସିକ ୩୫୦୦ ଭତ୍ତା ପ୍ରଦାନ ନେଇ ପ୍ରସ୍ତାବରେ କ୍ୟାବିନେଟ ମୋହର ମାରିଛି । ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଭତ୍ତା ବଢ଼ିବ । ପୂର୍ବରୁ ଏହି ଭତ୍ତା ୧୨୦୦ ଟଙ୍କା ଥିବା ବେଳେ ଏବେ ଏହାକୁ ବୃଦ୍ଧି କରାଯାଇଛି।