ମିଆଁମାରରେ ବଡ ଧରଣର ଭୁକମ୍ପ । ଭୁକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ଆଜି ୨୮ ମାର୍ଚ୍ଚ ଅର୍ଥାତ ଶୁକ୍ରବାର ଭୁକମ୍ପ ଅନୁଭୂତ ହୋଇଛି । ମିଆଁମାରରେ ହୋଇତôବା ଭୁକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଅନୁଭବ ହୋଇଥିଲା ।
ଏହି ଭୁକମ୍ପର କେନ୍ଦ୍ରସ୍ଥଳ ପୃଥିବୀର ୧୦ କିଲୋମିଟର ଗଭୀରରେ ଥିଲା । ଭୁକମ୍ପ ହେତୁ ବ୍ୟାଙ୍କକରେ ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ ରହୁଥିବା ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ବ୍ୟାଙ୍କକରେ ତାସ ପତ୍ତା ଭଳି ଭୁସୁଡିଲା କୋଠା । କୋଠାରେ ଥିବା ୪୩ ନରେଖାଜ ଥିବା ସୂଚନା । ସାମ୍ଭାବ୍ୟ କ୍ଷୟକ୍ଷତିର ଆକଳନ କରିବାକୁ ଆଞ୍ଚଳିକ କର୍ତ୍ତୁପକ୍ଷ ତୁରନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି ।