ନବ ଦାସଙ୍କ ହତ୍ୟା ମାମଲା : ସିବିଆଇ ତଦନ୍ତ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ

0

କଟକ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ବଢୁଛି ସସ୍ପେନ୍ସ । ନବ ହତ୍ୟାକୁ ନେଇ ଅନେକ ବଡବଡ ନେତାମାନେ ରାଜନୈତିକ ମନ୍ତବ୍ୟ ଦେଇଛନ୍ତି । ଗତକାଲି ଏହି ମାମଲାକୁ ନେଇ ପୋଲିସ ମହା ନିର୍ଦ୍ଦେଶକ ସୁନିଲ ବଂଶଲ ତଦନ୍ତକୁ ନେଇ ମନ୍ତବ୍ୟ ଦେଇଥିବା ବେଳେ ଏହା ଉପରେ ଅନେକ ନେତା ନିଜ ନିଜ ମନ୍ତବ୍ୟ ରଖିଛନ୍ତିି । ହେଲେ ସଠିକ ରହସ୍ୟ କଣ, ଏଜାଏଁ ଜଣାପଡୁନାହିଁ । ବିରୋଧିମାନେ ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିଲେ । ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଆବେଦନ ପାଇଁ ହାଇକୋର୍ଟରେ ମାମଲା ମଧ୍ୟ ଦାୟର କରାଯାଇଥିଲା । ହେଲେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ହୋଇଥିବା ଏହି ମାମଲାକୁ ଆଜି ହାଇକୋର୍ଟ ଖାରଜ କରିଥିବା ଜଣାପଡିଛି । ଘଟଣା ଘଟିବାର ମାତ୍ର ୧୧ ଦିନ ବିତି ଥିବାରୁ ସିବିଆଇ ତଦନ୍ତ ଆବେଦନ ଶୁଣାଣି ଯଥାର୍ଥ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ।

ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଆଜି ଦ୍ୱାଦଶ ଦିନ ପୂରଣ ହୋଇଥିବା ବେଳେ ଝାରସୁଗୁଡାରେ ସ୍ମୃତି ସଭା ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ମଧ୍ୟ ସ୍ମୃତିସଭାରେ ଯୋଗ ଦେଇଥିଲେ । ବିଧାୟକ ଶାରଦା ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସହ ବହୁ ନେତା, ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ତେବେ ନବ ଦାସଙ୍କ ହତ୍ୟା ମାମଲାରେ ଏବେବି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ନବ ହତ୍ୟାର ମୋଡ କେଉଁ ଆଡେ ଯାଛି ତାହା ଦେଖିବାକୁ ବାକି ରହିଲା ।