ନବ ଦାସ ହତ୍ୟା ମାମଲା : କ୍ରାଇମବ୍ରାଞ୍ଚରେ ହାଜର ହୋଇପାରନ୍ତ ଦୀପାଳି ଦାସ ଓ ବିଶାଲ ଦାସ

0

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ନୋଟିସ ପାଇଥିବା ଶ୍ରୀ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସ ଆଜି କ୍ରାଇମବ୍ରାଞ୍ଚରେ ହାଜର ହୋଇପାରନ୍ତି । କିଛି ଦିନ ତଳେ ଏହି ହତ୍ୟା ଘଟଣାର ତଦନ୍ତ ସିବିଆଇ କରୁ ବୋଲି ଝିଅ ଦୀପାଳି ଗଣମାଧ୍ୟମରେ ଏକାଧିକବାର ମନ୍ତବ୍ୟ ଦେଇଥିଲେ ।

ଯାହାକୁ ନେଇ କ୍ରାଇମ୍ବ୍ରାଞ୍ଚର ନିରପେକ୍ଷତା ଓ ତଦନ୍ତ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ହତ୍ୟା ମାମଲାରେ ଅଭିଯୋଗକାରୀ ଥିବା ସ୍ୱର୍ବତ ଦାସଙ୍କ ପରିବାରଠାରୁ ଏକପ୍ରକାର ସ୍ପଷ୍ଟୀକରଣ ନେବା ପାଇଁ ଏହି ନୋଟିସ ଜାରି ହୋଇଥିବା କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି । ଅଭିଯୋଗକାରୀ ଭାବେ ଦୁହିଙ୍କ ମନରେ ଏହି ହତ୍ୟା ଘଟଣା ନେଇ ଯଦି କିଛି ଆଶଙ୍କା ରହିଛି ବା ସେମାନେ ତଦନ୍ତର କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁକୁ ନେଇ ଯଦି ଅସନ୍ତୁଷ୍ଟ ଅଛନ୍ତି ତାହା ଜଣାଇଲେ ସେହି ଅନୁସାରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ତେଣୁ ଆଜି ଦୁହେଁ ହାଜର ହୋଇ ପକ୍ଷ ରଖିବେ ବୋଲି କ୍ରାଇମବ୍ରାଞ୍ଚ ଅନୁମାନ କରୁଛି ।