ସରିଲା ମହାପ୍ରଭଙ୍କୁ ନବଯୌବନ ଦର୍ଶନ

0

ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ଅଣସର । ଆଜି ସକାଳେ ଦଇତାପତି ସେବକମାନେ ଚକା ଅପସାରଣା କରିବା ପରେ ଫିଟିଛି ଅଣସର ତାଟି । ଏହାପରେ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ଦାରୁବିଗ୍ରହ ।ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ । ମହାପ୍ରଭୁଙ୍କ ଆଜ୍ଞାମାଳା ମିଳିବା ପରେ ରଥଖଳାରୁ ସିଂହଦ୍ୱାରା ଅଭିମୁଖେ ଗଡିବ ତିନିରଥ ।ମଙ୍ଗଳବାର ଅନୁଷ୍ଠିତ ହେବ ରଥଯାତ୍ରା । ଚତୁର୍ଦ୍ଧାବିଗ୍ରହ ରଥରେ ବିଜେ ହୋଇ ନବଦିନାତ୍ମକ ଯାତ୍ରାରେ ଯିବେ ଜନ୍ମବେଦୀ।

ଆଜି ୯ଟାରୁ ପୂର୍ବାହ୍ନ ୧୧ଟା ପର୍ୟ୍ୟନ୍ତ ସର୍ବସାଧାରଣ ବା ସାହାଣ ମେଲା ଭିତରକାଠ ନିକଟରୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ପୂର୍ବାହ୍ନ ୧୧ଟା ପରେ ଆଉ ଦର୍ଶନ ହେବ ନାହିଁ କିନ୍ତୁ ଭକ୍ତମାନେ ବେଢ଼ା ପରିକ୍ରମା କରି ପାର୍ଶ୍ବ ଦେବଦେବୀଙ୍କୁ ଦେଖିପାରିବେ। ତେବେ ସାହାଣମେଲା ଦର୍ଶନ ସରିବା ପରେ ଧୂଆ ହୋଇ ଚୁନପାଣି ପଡ଼ିବ। ଏହାପରେ ସର୍ବାଙ୍ଗ ବନ୍ଦାପନା ହେବ। ଏହି ନୀତି ବଢ଼ିବା ପରେ ନେତ୍ରୋତ୍ସବ ବନ୍ଦାପନା କରାଯିବ।ଏହାସହିତ ଅନ୍ୟାନ୍ୟ ନୀତି ବଢ଼ି ଭୋଗମଣ୍ଡପ ଉଠିବା ପରେ ଦକ୍ଷିଣୀ ଘର ଭୋଗ ହେବ।ସନ୍ଧ୍ୟା ସାଢେ ୭ଟାରେ ସନ୍ଧ୍ୟା ଆଳତି ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ପରେ ରାତି ସାଢେ ୧୧ଟାରେ ପହୁଡ଼ ଆଳତି ହେବ।

ରାତି ୧୧ଟା ୪୫ରେ ଶ୍ରୀମୁଖ ଖଣ୍ଡୁଆ ଏବଂ ରାତି ସାଢେ ୧୨ଟାରେ ବାହୁଟ କଣ୍ଟ ସରିବ। ଏହାପରେ ସାଢେ ୧୨ଟାରୁ ଭୋର ସାଢେ ୫ଟାରେ ସେନାପଟା ଲାଗି ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ମଙ୍ଗଳବାର ଅନୁଷ୍ଠିତ ହେବ ରଥଯାତ୍ରା।