ନବରଙ୍ଗପୁର/ ଟୁକୁନା ଖୁରା : 5T ସେକ୍ରେଟାରୀ ଭି କେ ପାଣ୍ଡିଆନ ଙ୍କ ନବରଙ୍ଗପୁର ଗସ୍ତ ର ଦ୍ଵିତୀୟ ଦିନ ରେ ପ୍ରଥମେ ସଦର ବ୍ଲକ ଅନ୍ତର୍ଗତ ମାଣ୍ଡା ଡଙ୍ଗରି ସ୍ଥିତ ଶୈବ ପୀଠ କୁ ଯାଇ ଭଗବାନ ଙ୍କ ଦର୍ଶନ କରିଥିଲେ ଏହାସହ ମନ୍ଦିର ର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ପାପଡାହାଣ୍ଡି ବ୍ଲକ ଜଟାବାଲ ଏସଏସଡି ହାଇସ୍କୁଲ ଯାଇ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରି ସ୍କୁଲ ର ଭୂମି ର ବିକାଶ ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଉମରକୋଟ ଅଭିମୁଖେ ଯାଇ ସେଠାରୁ
ଝରୀ ଗାଁ ବ୍ଲକ ସ୍ଥିତ ବିଡ଼ର୍ରି ଦେବୀ ମନ୍ଦିର,ପୋଡ଼ାଗଡ ଭୈରବ ମନ୍ଦିର ଦର୍ଶନ କରିବା ପରେ ଉମରକୋଟ ଆରଏମସି ପରିସର ମଧ୍ୟରେ ସ୍ୱୟଂ ସହାୟିକା ଦଳ ଗୁଡିକ ସହ ଆଲୋଚନା ପରେ ଝରୀଗାଁ ଚଚା ପଞ୍ଚୟତର ସତୀଘାଟ ନଦୀ ନିକଟକୁ ଯାଇ ବହୁ ପ୍ରତୀକ୍ଷିତ ପ୍ରସ୍ତାବିତ ସତିଘାଟ ନଦୀ ଉପରେ ଡ୍ୟାମ ନିର୍ମାଣ ପାଇଁ ସେହି ଅଂଚଳ ପରିଦର୍ଶନ ପରେ ଚନ୍ଦାହାଣ୍ଡି ବ୍ଲକର ତେଲନଦୀ ଉପରେ ବହୁ ପ୍ରତୀକ୍ଷିତ ବ୍ୟରେଜ ନିର୍ମାଣ ଓ ଚୋରେଇ ନଦୀ ଉପରେ ଡ୍ୟାମ ନିର୍ମାଣ ଅଂଚଳ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି।