ଭୁବନେଶ୍ୱର: ଚାକିରିରୁ ବିଦା ହେଲେ ପ୍ରଶାନ୍ତ ରାଉତ । ନବରଙ୍ଗପୁରରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।କୋଟି କୋଟି ଟଙ୍କା ବେଆଇନ ସମ୍ପତ୍ତି ଠୁଳ କରିଥିଲେ ପ୍ରଶାନ୍ତ । ଦୁଇ ଦିନ ତଳେ ପ୍ରଶାନ୍ତ ରାଉତଙ୍କୁ ବିପୁଳ ଆୟ ବହିର୍ଭୂତ ସଂପତ୍ତି ଠାବ ପରେ ଗିରଫ କରିଥିଲା ଭିଜିଲାନ୍ସ । ତାଙ୍କ ଘରୁ ନଗଦ ୩ କୋଟି ଟଙ୍କା ସହ ୫କୋଟିରୁ ଅଧିକ ସଂପତ୍ତି ମିଳିଥିଲା ।ଆୟଠାରୁ ୫୦୦%ରୁ ଅଧିକ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ ।