ନବରଙ୍ଗପୁର : ଜେଲ୍ ଗଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ହାଜର ପରେ ଗଲେ ଜେଲ ।୫ଦିନିଆ ରିମାଣ୍ଡ ଅବଧି ଶେଷ ପରେ କୋର୍ଟରେ ହାଜର ହୋଇଥିଲେ । ଦୀର୍ଘ ୫ଦିନ ଧରି ଭିଜିଲାନ୍ସର କଟକ କାର୍ଯ୍ୟାଳୟରେ ତାଙ୍କୁ ଜେରା କରିଥିଲା । ଏନେଇ ପ୍ରଶାନ୍ତଙ୍କ ଠାରୁ ବହୁ ସୁରାକ୍ ମିଳିଥିବା କୁହାଯାଉଛି । ତାଙ୍କ ଠାରୁ ଆଉ ୩ଟି ପ୍ଲଟ ସହ ୬ଟି ବେନାମୀ ଆକାଉଣ୍ଟ ମଧ୍ୟ ଠାବ ହୋଇଛି ।
ସୂଚନା ଅନୁଯାୟୀ, ଏଇ କିଛି ଦିନ ତଳେ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆକ୍ସନ ନେଇଛନ୍ତି ସରକାର ।ଏହା ପୂର୍ବରୁ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ନଗଦ ୩କୋଟି ଟଙ୍କା ସହ ୭କୋଟିରୁ ଅଧିକ ସ୍ତାବର ଅସ୍ଥାବର ସମ୍ପତି ଜବତ କରିଥିଲା ଭିଜିଲାନ୍ସ ଟିମ । ।