(ରିପୋର୍ଟସ ଟୁଡ଼େ /ଭୁବନେଶ୍ୱର ) : ଚଳିତ ବର୍ଷ ରୋଚକ ହେବ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ନାର୍ବାଚନ । କାରଣ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମ୍ନା କରିବେ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ୟ୍ୟ । ଚତୁର୍ଥ ପର୍ୟ୍ୟାୟ ତାଲିକାରେ ହିଞ୍ଜିଳି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ପୀତାମ୍ବର ଆଚାର୍ୟ୍ୟଙ୍କୁ ନବୀନଙ୍କ ବିରୋଧରେ ଛିଡ଼ା କରିଛି କଂଗ୍ରେସ । ନବୀନଙ୍କ ଗଡ଼ରେ ପୀତାମ୍ବର ଆଚାର୍ୟ୍ୟଙ୍କ ଉପରେ ଭରସା କରିଛି ବିଜେପି । ବିଜେଡିର ଗଡ଼ କୁହାଯାଉଥିବା ହିଞ୍ଜିଳିରେ ପତାମ୍ବରଙ୍କ ଭଳି ପ୍ରାର୍ଥୀ ଦେଇ ବିଜେପି କଡା ଟକ୍କର ଲାଗି ଯୋଜନା କରିଛି । ଅନେକ ଆଲୋଚନା ପରେ ଏହି ନାଁ ଘୋଷଣା ହୋଇଥିବା କଥା ସ୍ପଷ୍ଟ ହେଉଛି । ଏଇଠି ପ୍ରଶ୍ନ ଉଠୁଛି ହିଞ୍ଜିଳିରେ ନବୀନଙ୍କ ଲୋକପ୍ରିୟତା ଆଗରେ ଛିଡ଼ା ହୋଇପାରିବେ ତ ପୀତାମ୍ବର ।