(ତ୍ରିଲୋଚନ/ମୃତ୍ୟୁଞ୍ଜୟ) ଭୁବନେଶ୍ୱର: ନବୀନ ସରକାର ରାଜ୍ୟର ପ୍ରଗତି କଥା କହୁଥିବା ବେଳେ ଏହାକୁ କଡା ସମାଲୋଚନା କରିଛି ବିଜେପି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏକ ପ୍ରେସ ମିଟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷର୍ିଛନ୍ତି । ସେ କହିଛନ୍ତି, ଗତ ୧୯ ବର୍ଷ ଶାସନ ଭିତରେ ରାଜ୍ୟକୁ ତଳକୁ ନେଇଛନ୍ତି ନବୀନ । କେନ୍ଦ୍ର ଦେଉଥିବା ଅର୍ଥ ଖର୍ଚ୍ଚ କରି ନ ପାରି ରାଜ୍ୟ ସରକାର ଫେରାଇଦେଲେ । ରାଜ୍ୟ ବିକାଶରେ ନବୀନ ବାଧକ ବୋଲି ଗୋଲକ କହିଛନ୍ତି ।