ବଲାଙ୍ଗୀରର ତାରାଚାନଙ୍କ ମୁଣ୍ଡରେ ନବୀନଙ୍କ ହାତ

0

ଭୁବନେଶ୍ୱର: ବଲାଙ୍ଗୀର ବଙ୍ଗମୁଣ୍ଡା ତହସିଲର ପ୍ରତିଭାବାନ ଛାତ୍ର ତାରାଚାନ ରଣାଙ୍କ ସ୍ୱପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ । ଅର୍ଥାଭାବରୁ ଇଞ୍ଜିନିୟରିଂ ପଢିବା ସ୍ୱପ୍ନ ସ୍ୱପ୍ନରେ ରହିଯାଇଥାନ୍ତା । ମାତ୍ର ନବୀନଙ୍କ ଦରଦୀ ହୃଦୟ ପାଇଁ ଏବେ ନାମ ଲେଖା ପ୍ରକ୍ରୀୟାରେ ଆଉ ନାହିଁ ବାଧା । ତାରାଙ୍କ ପାଇଁ ୯୬,୫୦୦ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି ନବୀନ ।
ବଲାଙ୍ଗୀର ଜିଲ୍ଲାର ସିନେ୍ଧକେଲା ଅଞ୍ଚଳର ବଡପଡା ଗାଁର ଜଣେ ପ୍ରତିଭାବାନ ଛାତ୍ର ହେଲେ ତାରାଚାନ ରଣା । ବାପା ଉପସୁ ରଣାଙ୍କ ବାର୍ଷିକ ରୋଜଗାର ମାତ୍ର ୪୫,୦୦୦ଟଙ୍କା । ତଥାପି ନିଜ ସ୍ୱପ୍ନରୁ ଲକ୍ଷଚ୍ୟୁତିି କରିନଥିଲେ ତାରା । ଚଳିତ ବର୍ଷ ଇଞ୍ଜିନିୟରିଂ ପାଇଁ ପ୍ରବେଶିକା ପରୀକ୍ଷା ଜେଇଇ ମେନରେ ୯୯.୩୫ପ୍ରତିଶତ ମାର୍କ ରଖି ଏନଆଇଟି ଓାରଙ୍ଗଲରରେ ପଢିବା ପାଇଁ କୃତକାର୍ଯ୍ୟ ହୋଇଥିଲେ । ମାତ୍ର ବାଧକ ଥିଲା ତ କେବଳ ଅର୍ଥ । ବଡ କଷ୍ଟରେ ଆଡମିଶନ ପାଇଁ ଅର୍ଥ ଯୋଗାଡ କରି ସ୍ଥାନ ସୁରକ୍ଷିତ କରିପାରିଥିଲେ । ଏହା ଜାଣିବା ପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ତାଙ୍କର ନାମଲେଖା ପ୍ରକ୍ରୀୟା ପାଇଁ ୯୬,୫୦୦ଟଙ୍କା ମଞ୍ଜୁର କରିବା ସହ ତାରାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।