ପ୍ୟାରିସ: ନିଜକୁ ପୁଣି ଥରେ କ୍ଲେ କୋର୍ଟ ରାଜା ବୋଲି ପ୍ରମାଣିତ କଲେ ସ୍ପେନୀୟ ତାରକା ରାଫେଲ ନାଦାଲ। ନାଦାଲ ୨୦୨୨ ମସିହାରେ ନିଜ ୨୨ତମ ଗ୍ରାଣ୍ଡ୍ ସ୍ଲାମ ଟ୍ରଫି ଜିତି ନେଇଛନ୍ତି। ଏଥି ସହ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି କରାୟତ୍ତ କୀର୍ତ୍ତିମାନ ଧାରାକୁ ଆହୁରି ଦୃଢ଼ କରିଛନ୍ତି। ନାଦାଲ ସିଧାସଳଖ ୬-୩, ୬-୩, ୬-୦ ସେଟ୍ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ନରୱେର କାସପର ରୁଡ୍ଙ୍କୁ ପରାସ୍ତ କରିଥିଲେ। ନରୱେର ରୁଡ୍ ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ ଫାଇନାଲ୍ ଖେଳୁଥିବା ବେଳେ ନାଦାଲଙ୍କ ଏହା ୩୦ତମ ଥିଲା। ଏହି ବିଜୟ ସହ ରୋଲାଁ ଗ୍ୟାରୋସରେ ନାଦାଲ ୧୪ତମ ଥର ଟ୍ରଫି ଜିତିବାର ଗୌରବ ଅର୍ଜନ କରିଥିଲେ। ତେବେ ଫ୍ରେଞ୍ଚ୍ ଓପନ୍ ଜିତିବା ପରେ ସେ ୩୬ ବର୍ଷ ବୟସରେ ବୟୋଜ୍ୟଷ୍ଠ ଖେଳାଳି ହୋଇଥିଲେ। ୨୦୦୫ରେ ୧୯ ବର୍ଷ ବୟସରେ ନାଦାଲ ପ୍ୟାରିସ୍ରେ ପ୍ରଥମ ଟ୍ରଫି ଜିତିଥିଲେ। ଏହା ନାଦାଲଙ୍କ ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ ଟ୍ରଫି। ଅଷ୍ଟ୍ରେଲିଆନ୍ ଓ ଫ୍ରେଞ୍ଚ ଓପନ୍ ଜିତିବା ନାଦାଲଙ୍କ ପାଇଁ ପ୍ରଥମ।