ଭୁବନେଶ୍ୱର : ଦୀର୍ଘ ଦିନର ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ନାଗା ଚୈତନ୍ୟ ଦେଲେ ଖୁସି ଖବର । ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ । ନାଗାଙ୍କର ଲେଡି ଲଭ ଶୋଭିତା ଧୁଲିପାଲା ହେବେ ତାଙ୍କ ଜୀବନସାଥୀ। ଏହାରି ଭିତରେ ଶେଷ ହୋଇଛି ନାଗା ଓ ଶୋଭିତାଙ୍କ ନିର୍ବନ୍ଧ ।
ପ୍ରକାଶ ଥାଉ କି, ୨୦୧୭ ମସିହାରେ ସାଉଥ ସିନେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭାଙ୍କୁ ବିବାହ କରିଥିଲେ ନାଗା ଚୈତନ୍ୟ । କିନ୍ତୁ ବେଶୀ ଦିନ ରହିନଥିଲା ଏହି ସମ୍ପର୍କ ୨୦୨୧ରେ ହୋଇଥିଲା ଉଭୟଙ୍କ ବିବାହ ବିଚ୍ଛେଦ ।
ମାତ୍ର କିଛି ମାସର ବ୍ୟବଧାନରେ ୨୦୨୨ ମସିହାରେ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲେ ନାଗା ଚୈତନ୍ୟ ଓ ଶୋଭିତା ଧୁଲିପାଲା । ତେବେ ଜଣାପଡିଛି ଗୁରୁବାର ଦୁହିଁଙ୍କ ନିର୍ବନ୍ଧ ସରିବା ପରେ ଖୁବ ଶୀଘ୍ର ବିବାହ ତାରିଖ ଘୋଷଣା କରାଯିବ ।