ରାୟଗଡ ଜିଲ୍ଲାର ଦୁଃଖ ପାଲଟିଛି ନାଗାବଳୀ ନଦୀ

0

ରାୟଗଡ/ମନୋଜ ସାହୁ:ରାୟଗଡ ଜିଲ୍ଲାର ଦୁଃଖ ପାଲଟିଛି ନାଗାବଳୀ ନଦୀ । ପ୍ରତିବର୍ଷ ବର୍ଷା ଦିନ ଆସିଲେ ନଦୀ କୁଳିଆ ଗାଁ ଗୁଡିକ ଭୟଭୀତ ହୋଇ ଦିନ କାଟିଥାନ୍ତି ।ନଦୀ କୂଳ ଖାଇବା ସହ ମାଟି ଅତଡ଼ା ଖସିବା ଯୋଗୁ ନାଗାବଳୀ ନଦୀ କୂଳରେ ବସବାସ କରୁଥିବା ଗ୍ରାମବାସୀ ଭଗବାନଙ୍କ ଭରସାରେ ଦିନ କଟିଥାନ୍ତି ।ରାୟଗଡ ସହର ଦେଇ ପ୍ରବାହିତ ହେଉଛି ନାଗାବଳୀ ନଦୀ । କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହୋଇ ରାୟଗଡ ଜିଲ୍ଲା ଦେଇ ଆନ୍ଧ୍ରପ୍ରଦେଶ ଦେଇ ବଙ୍ଗୋପସାଗରରେ ମିଶିଛି ନାଗାବଳୀ ନଦୀ । ପ୍ରାୟ ୬୦ କିଲୋମିଟର ଏହି ନାଗାବଳୀ ନଦୀ ରାୟଗଡ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ବେଳ ବର୍ଷା ଦିନରେ ନଦୀ କୁଳ ଖାଇବା ସହ ମାଟି ଅତଡା ଖସିବା ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ସ୍ଥାୟୀ ସମାଧାନ ନିମନ୍ତେ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅନୁରୋଧ କରିଲେ ସମସ୍ୟାର ସମାଧାନ ହେଉ ନ ଥିବା ଅଭିଯୋଗ ହୋଇଛି ।  ରାୟଗଡ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ନାଗାବଳୀ ନଦୀ ପ୍ରାୟ ୫ ଗୋଟି ପଞ୍ଚାୟତ ର ୧୫ ଗୋଟି ଗାଁ ପାଖ ଦେଇ ଆନ୍ଧ୍ରପ୍ରଦେଶରେ ମିଶିଛି , ଉପର ମୁଣ୍ଡରେ ଲଗାଣ ବର୍ଷା ହେଲେ ନାଗାବଳୀ ନଦୀର ଜଳସ୍ତର ବଢିବା ସହ ଚାଷ ଜମିର କ୍ଷୟକ୍ଷତି ହେଉଛି । ଏ ସମ୍ପର୍କରେ ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଦୀ କୂଳିଆ ଗାଁ ଗୁଡିକର ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ନଦୀ କୂଳିଆ ଗ୍ରାମବାସୀ ସୁରକ୍ଷା ନିମନ୍ତେ ଜରୁରୀ କାଳୀନ ଭିତ୍ତିରେ ପଦକ୍ଷେପ ନେବା ଆବଶ୍ୟକ