(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ଓଡ଼ିଶାରେ ନାଲକୋର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜମି ଯୋଗାଇ ଦେବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଦିଆଯାଇଛି । ମାତ୍ର ଗତ ୧୦ ବର୍ଷ ମଧରେ ନାଲକୋ ଓଡ଼ିଶାକୁ କଣ ଅବଦାନ ଦେଇଛି ଏବଂ କେରାପୁଟ ଜିଲ୍ଳାରେ ନାଲକୋ କୁ ଦୃଷ୍ଟିରେ ରଖି କେତେ ସହଯୋଗୀ ଅନୁସଙ୍ଗିକ ଶିଳ୍ପ ସ୍ଥାପନ କରାଯାଇଛି । ତା ସହିତ ନାଲକୋରେ କେତେ ପରିମାଣରେ ସ୍ଥାୟୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି ଏନେଇ ଆଜି ଗୃହରେ ପ୍ରଶ୍ନ ଉଠାଇଥିଲେ ତାରାପ୍ରସାଦ ବାହିନୀ ପତି । ଅନ୍ୟପଟେ କେତେ ୟୁନିଟ୍କୁ ନାଲକୋ ଅବହେଳା କରିବାରୁ ସମ୍ପୃକ୍ତ ୟୁନିଟ୍ ଊଗଣ ହୋଇ ପଡ଼ିବା ନେଇ ଅଭିଯୋଗ କରିଛନ୍ତି ବାହିନୀପତି ।
ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, କୋରାପୁଟ ଜିଲ୍ଳାରେ ୦୬ ଗୋଟି ସହଯୋଗୀ ଆନୁସଙ୍ଗୀକ ଶିଳ୍ପ ନାଲକୋ ସହ ପଞ୍ଜୀକୃତ ହୋଇଛନ୍ତି । କର୍ତ୍ତୁପକ୍ଷ ସେହି ସବୁ ଆନୁସଙ୍ଗୀକ ଶିଳ୍ପରୁ ସେମାନଙ୍କର ଆବ୍ୟକୀୟ ସାମଗୀ କିଣିଥିବା ନେଇ ୧୦ ବର୍ଷର ବିବୃତି ଦେଇଥିଲେ ବିଭାଗୀୟ ମନ୍ତ୍ରୀ । ସେହିପରି କେତେ ୟୁନିଟ୍କୁ ନାଲକୋ ଅବହେଳା କରିଥିବାକୁ ସମ୍ପୃକ୍ତ ୟୁନିଟ୍ ଊଗଣ ହୋଇ ପଡ଼ିଅଛି ଏହାର ତଥ୍ୟ ହସ୍ତଗତ ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।