ଗୋପରେ ନନ୍ଦ ଉତ୍ସବ

0

(ଗୋପ / ଜୟନ୍ତ କୁମାର ସେଠୀ ) :  ପୁରୀ ଜିଲ୍ଲା ଗୋପ ନାଗପୁର ଗୋପଗ୍ରାମ ର ଭାଗବତବାସୁଦେବ ମେଳ ଯାଦବ କଳା କାରଙ୍କ ସଙ୍କୀର୍ତ୍ତନ ନନ୍ଦନାଚ କାଠି ନହୁଡି ଖେଳ ଦେଖି ବାକୁ କୃଷ୍ଣଭକ୍ତ ଙ୍କ ଗାଁ ଦାଣ୍ଡ ଚଳଚଞ୍ଚଳ ହୋଇଛି । ଅତୀତକଳାରେ ଦ୍ୱାପର ଯୁଗରେ ଯାଦବ ନନ୍ଦ ରାଜା ରାଣି ଯଶୋଦା ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୁତ୍ର ରୂପେ ପାଇ ବାରେ ଖୁସିରେ ଜନ୍ମାଷ୍ଟମୀ ନନ୍ଦ ଉତ୍ସବ ଗୋପ ବୃନ୍ଦାବନ ରାଜ୍ୟରେ ଅନୁଷ୍ଠିତକରି ଦେବାଳୟରେ ପୂଜାର୍ଚ୍ଚନା କରି ଥିଲେ । ରାଜ୍ୟ ବାସି ଙ୍କୁ ଅନେକ ଭୋଜି ଭାତ ମହୋତ୍ସବ ଦାନ ଦକ୍ଷିଣାଦେଇ ଉତ୍ତରପ୍ରଦେଶର ଶ୍ରେଷ୍ଠ ରାଜା ହୋଇଥିଲେ । ଏହି ଘଟଣା ଭାଗବତ ଗ୍ରନ୍ଥରେ ଉଲେଖ ଥିବାରୁ ସାରା ରାଜ୍ୟର ଗୋପାଳଙ୍କ ସମେତ ସମସ୍ତ ଭକ୍ତ ଭାଗବତ ପୂଜାର୍ଚ୍ଚନା ଉତ୍ସବ କରୁଛନ୍ତି । ସେହି ମୁରଲୀ ଧାରି ସାକ୍ଷୀଗୋପାଳ ବୃନ୍ଦାବନବାସି ନନ୍ଦସୁତ ରାଧାକାନ୍ତ ଗୋପୀ ବସ୍ତ୍ରଚୋର ଦାନଵ ସଂହାରି କୁଞ୍ଜବିହାରୀ ଭୁତରୂପଧାରି ରାସବିହାରି କାଳୀବିଷ ହରଣକାରି ଶ୍ରେଷ୍ଠ ମୁରଲୀଧାରି ଚକ୍ର ଧାରି ଙ୍କ ଭକ୍ତିରେ ନାଗପୁର କମିନ୍ଟ ସଭାପତି. ଘନଶ୍ୟାମବେହେରା ଆବାହକ ଓ ସଙ୍କୀର୍ତ୍ତନ ଗାୟକ. ପ୍ରମୋଦ କୁମାର ବେହେରା ସଂପାଦକ. ଶ୍ରୀଧର ବେହେରା ଙ୍କ ନେତୃତ୍ୱରେ ନନ୍ଦ ପ୍ରଫୁଲ କୁମାର ବେହେରା ଶ୍ରୀକୃଷ୍ଣ. ଦୀପକବେହେରା ଯଶୋଦା ଅକ୍ଷୟ ବେହେରା. ରାଧା ଶିବ ବେହେରା ଓ ସମସ୍ତ କାଠି ନହୁଡି କଳାକାର ମାନେ କଳା ପ୍ରଦର୍ଶନ ରେ ନିଜ ଗାଁ ନାଗପୁର ବଜାର ସମେତ ଷୋଳ ପୁର ଖରିଦାସାହି ବାଲିପାଟଣା ପରିକ୍ରମାକରି ଥିଲେ ।ତା ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା ।