ନନ୍ଦନକାନରେ ଆଜିଠୁ ଗଡ଼ିବ ଟୟ ଟ୍ରେନ୍‌

ଆଜି ବନ୍ୟପ୍ରାଣୀ ସପ୍ତାହର ଶେଷ ଦିନରେ ବହୁ ପ୍ରତୀକ୍ଷିତ ନନ୍ଦନକାନନର ଟୟ ଟ୍ରେନ୍‌ ପୁଣି ଥରେ ଗଡ଼ିବ। ନୂଆ ଟ୍ରେନ୍‌ ଆସି ତାହାର ଆନୁସଙ୍ଗିକ ବ୍ୟବସ୍ଥା ସରିଛି।

0

(ଭୁବନେଶ୍ୱର) : ଆଜି ବନ୍ୟପ୍ରାଣୀ ସପ୍ତାହର ଶେଷ ଦିନରେ ବହୁ ପ୍ରତୀକ୍ଷିତ ନନ୍ଦନକାନନର ଟୟ ଟ୍ରେନ୍‌ ପୁଣି ଥରେ ଗଡ଼ିବ। ନୂଆ ଟ୍ରେନ୍‌ ଆସି ତାହାର ଆନୁସଙ୍ଗିକ ବ୍ୟବସ୍ଥା ସରିଛି। ପୂର୍ବାହ୍ନ ସାଢ଼େ ୧୧ଟାରେ ଲୋକାର୍ପଣ ହେବ। ଟୟ ଟ୍ରେନରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସବୁବର୍ଗର ଲୋକ ବସି ପାରିବେ । ଏଥିରେ ବସି ଖୋଲାରେ ବିଚରଣ କରୁଥିବା ତୃଣଭୋଜୀ ଜଙ୍ଗଲି ପ୍ରାଣୀଙ୍କୁ ଦେଖିବା ସହିତ ଘଞ୍ଚ ଜଙ୍ଗଲ ଭରା ଏକ ସୁନ୍ଦର ଅଭୟାରଣ୍ୟର ମଜା ଉଠାଇ ପାରିବେ । ଏଥିରେ ପ୍ରଥମ ଡବାରେ ଟ୍ରେନ ପାଇଲଟଙ୍କ କ୍ୟାବିନ, ଦ୍ୱିତୀୟ ଡବାରେ ବ୍ୟାଟେରୀ ଇଞ୍ଜିନ ଓ ଅନ୍ୟ ୪ଟି ଡବା ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ । ୪ଟି ଯାତ୍ରୀବାହୀ ଡବାରେ ୭୨ ଜଣ ବସିପାରିବେ । ଏଥିରେ ୨ଟି ସିଟ୍‌ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ରହିଛି ।

ସୂଚନାନୁଯାୟୀ , ଏହି ଉତ୍ସବରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ମୁଖ୍ୟ ବନ ସଂରକ୍ଷକ ଏବଂ ବନ ବାହିନୀର ମୁଖ୍ୟ ଶିଶିର କୁମାର ରଥ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ଟୟ ଟ୍ରେନ ଲୋକାର୍ପିତ ହେବା ସହିତ ରୋପୱେ ପାଇଁ ଶୁଭ ଦିଆଯିବ। ଦୀର୍ଘ ଦିନ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟୟ ଟ୍ରେନ ଗଡ଼ିବା ଖବରରେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।