ଭୁବନେଶ୍ୱର: ପରୀ ହତ୍ୟାକାଣ୍ଡରେ ଏସଆଇଟି ତଦନ୍ତକୁ ନେଇ ସ୍ୱର ବଦଳାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଆଇନବିଷାରଦ ନରସିଂହ ମିଶ୍ର । ପୂର୍ବରୁ ରାଜ୍ୟ ସରକାରଙ୍କ ଏସଆଇଟି ମଞ୍ଜୁରକୁ ଐତିହାସିକ ସଫଳତା କହିଥିବା ନରସିଂହ ମିଶ୍ର ତାଙ୍କ ସ୍ୱରରେ ପରିବର୍ତ୍ତନ ଆଣିଛନ୍ତି। ବିଜେପି ନେତା ତଥା ପୂର୍ବତନ ଅ।।ଇପିଏସ ଅଫିସର ପ୍ରକାଶ ମିଶ୍ରଙ୍କ ଏସଆଇଟି ତଦନ୍ତ ମୂଲ୍ୟ ହୀନ କହିବା ପରେ ସମାନ କଥା କହିଛନ୍ତି ନରସିଂହ ।
ପ୍ରକାଶଙ୍କ ସ୍ୱରରେ ସ୍ୱର ମିଳାଇ ନରସିଂହ କହିଥିଲେ, ଅରୁଣ ବୋଥ୍ରାଙ୍କର ପୁଲିସ କ୍ଷମତା ନାହିଁ। ତେଣୁ ଏସଆଇଟି ତଦନ୍ତକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ବୋଥ୍ରା ପରିବହନ ନିଗମ ସିଏମଡି ଥିବାରୁ ତାଙ୍କର ପୁଲିସ କ୍ଷମତା ନାହିଁ। ୩୬ ସିଆରପିସି କ୍ଷମତାଧାରୀ ଏସଆଇଟି ଦାୟିତ୍ୱ ନେବା ଆବଶ୍ୟକ ବୋଲି ସେ କହିଛନ୍ତି । ତେଣୁ ହାଇକୋର୍ଟଙ୍କ ତତ୍ୱାବଧାନରେ ସିଆରପିସି ୩୬ କ୍ଷମତା ଥିବା ବ୍ୟକ୍ତି ହିଁ ତଦନ୍ତକାରୀ ଦଳରେ ରହିବାକୁ ସେ ଦାବି କରିଛନ୍ତି।
ଦୁଇ ଦିନ ତଳେ ପ୍ରକାଶ ମିଶ୍ର କହିଥିଲେ, ଅରୁଣ ବୋଥ୍ରା ଓଟିଡିସିର ଏମଡି ରହିଥିବାରୁ ତାଙ୍କର ପୁଲିସ କ୍ଷମତା ନାହିଁ । ତେଣୁ ତାଙ୍କ ତଦନ୍ତର କୌଣସି ମୂଲ୍ୟ ନାହିଁ । ତାଙ୍କଦ୍ୱାରା ହୋଇଥିବା ତଦନ୍ତ ରିପୋର୍ଟକୁ ହାଇକୋର୍ଟ ଗ୍ରହଣ କରିବେ ନାହିଁ ବୋଲି ସେ କହିଥିଲେ ।
SR