ନୂଆଦିଲ୍ଲୀ: ଫଳାଫଳ ଘୋଷଣା ପରେ ଦେଶରେ ପୁଣି ଥରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏହାରି ଭିତରେ ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରିନ୍ତି ନରେନ୍ଦ୍ର ମୋଦି। ପୂର୍ବରୁ ଶନିବାର(ଜୁନ୍ ୮)ରେ ଶପଥ ନେବା ନେଇ ଘୋଷଣା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଶପଥ ଉତ୍ସୋବ କାର୍ଯ୍ୟାସୂଚୀରେ ପରିବର୍ତ୍ତନ କରାଯାଇଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ବିଜେପି ନେତୃତ୍ୱାଧୀନ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଗତକାଲି ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେବା ସହ ସରକାର ଗଢିବା ନେଇ ପ୍ରସ୍ତାବ ଦେଇଥିଲେ। ରାଷ୍ଟ୍ରପତି ଇସ୍ତଫା ଗ୍ରହଣ କରିବା ସହ ନୂଆ ସରକାର ପାଇଁ ଅନୁମତି ଦେବା ପରେ ଦଳ ପକ୍ଷରୁ ଶପଥ ଉତ୍ସବ ଜୁନ୍ ୮ ନେଇ ଘୋଷଣା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଶନିବାର ନୁହେଁ, ରବିବାର ନରେନ୍ଦ୍ର ମୋଦି ଶପଥ ନେଇପାରନ୍ତି ବୋଲି କୁହାଯାଉଛି ।